spot_img

ଆରସିବି କ୍ୟାପଟେନଙ୍କୁ ତାରିଫ କଲେ ଡ଼ିଭିଲିୟର୍ସ

ମୁମ୍ବାଇ: ରୟାଲ ଚାଲେଞ୍ଜର ବେଙ୍ଗାଲୁରୁର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡ଼ିଭିଲିୟର୍ସ କ୍ୟାପଟେନ ବିରାଟ କୋହଲିଙ୍କୁ ପ୍ରଶଂସା କରି ଏବେ ପୁଣି ଚର୍ଚ୍ଚାରେ ଅଛନ୍ତି । ତାଙ୍କ କହିବା ଅନୁସାରେ କୋହଲି ସବୁବେଳେ ଆଗକୁ ଆସି ଟିମର ନେତୃତ୍ୱ ନେଇଥାନ୍ତି । ଯାହାଦ୍ୱାରା ଟିମର ଖେଳାଳିଙ୍କ ପାଇଁ ତାଙ୍କୁ ଫଲୋ କରିବା ସହଜ ହୋଇଥାଏ । ଶନିବାରରୁ ଆରମ୍ଭ ହେବାକୁ ଥିବା ଆଇପିଏଲ ୧୩ର ଟ୍ରଫିକୁ ପ୍ରଥମଥର ଜିତିବା ପାଇଁ ପୁରା ଟିମ ଆଶାବାଦୀ ଅଛି ବୋଲି ସେ କହିଛନ୍ତି । ଗୋଟେ ମାସ ପୂର୍ବରୁ ବିସିିସିଆଇ ଆଇପିଏଲର ଆରମ୍ଭକୁ ନେଇ ସ୍ପଷ୍ଟ କରିଥିଲା ଏବଂ ଆଇପିଏଲ ଠିକ ସମୟରେ ଆରମ୍ଭ ହୋଇଛି ବୋଲି ଡ଼ିଭିଲିୟର୍ସ ତାଙ୍କ ଟ୍ୱିଟ୍ ଭିଡ଼ିଓରେ କହିଛନ୍ତି ।
ସୂଚନାଅନୁସାରେ, ଆଇପିଏଲ ୧୩ରେ ଆରସିବିର ପ୍ରଥମ ମ୍ୟାଚ ସନରାଇଜର ହାଇଦ୍ରାବାଦ ସହ ସେପ୍ଟେମ୍ବର ୨୧ରେ ଖେଳିବାର ଅଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular