ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ସୋମବାର ଦିନ ଆଗ୍ରାର ମୋଗଲ ସଂଗ୍ରହାଳୟର ନାମ ବଦଳାଇ ଦେଇଛନ୍ତି । ବର୍ତ୍ତମାନ ଏହି ସଂଗ୍ରହାଳୟ ଛତ୍ରପତି ଶିବାଜୀ ମହାରାଜାଙ୍କ ନାମରେ ନାମିତ ହୋଇଛି । ଏଭଳି ଏକ ଐତିହାସିକ ନିଷ୍ପତି କୁ ଛତ୍ରପତି ଶିବାଜୀଙ୍କ ବଂଶଧର ତଥା ରାଜ୍ୟସଭା ସାଂସଦ ସଂଭାଜୀ ଛତ୍ରପତି ସ୍ୱାଗତ କରିଛନ୍ତି । ‘ଉତ୍ତର ପ୍ରଦେଶ ସରକାର ମୋଗଲ ସଂଗ୍ରହାଳୟର ନାମକୁ ପରିବର୍ତ୍ତନ କରି ଛତ୍ରପତି ଶିବାଜୀ ମହାରାଜା ସଂଗ୍ରହାଳୟ ରଖିବା ପାଇଁ ନିଷ୍ପତି ନେଇଛନ୍ତି । ଛତ୍ରପତି ଶିବାଜୀଙ୍କ ବଂଶଧର ହୋଇଥିବାରୁ ମୁଁ ମହାରାଷ୍ଟ୍ର ଲୋକଙ୍କ ତରଫରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ’ ଧନ୍ୟବାଦ ଜଣାଉଛି’ ବୋଲି ଟ୍ୱଇଟ କରି କହିଛନ୍ତି ।
UP Govt has taken decision to rename the Mughal Museum to Chatrapati Shivaji Maharaj Museum.
As descendant of Chatrapati Shivaji Maharaj, l thank Honorable CM Shri Yogi Adityanath on behalf of people of Maharashtra.@narendramodi @myogiadityanath— Sambhaji Chhatrapati (@YuvrajSambhaji) September 15, 2020
ଭାରତୀୟ ଜନତା ପାର୍ଟି ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ ମଧ୍ୟ ଏହି ନିଷ୍ପତିକୁ ସ୍ୱାଗତ କରିଛନ୍ତି । ‘ଏହା ହେଉଛି ଛତ୍ରପତି ଶିବାଜୀଙ୍କୁ ସମ୍ମାନ ଦେବାର ସଠିକ ଉପାୟ’ ବୋଲି ସେ କହିଛନ୍ତି । କଂଗ୍ରେସ ନେତା ଦୀପକ ସିଂହ ଏହି ନିଷ୍ପତିକୁ ନେଇ କହିଛନ୍ତି, ‘ଉତ୍ତରପ୍ରଦେଶରେ ଭାରତୀୟ ଜନତା ପାର୍ଟି ସରକାର ନାମ ବଦଳେଇବା ପାଇଁ ନୁହଁ କାମ ବଦଳେଇବା ପାଇଁ ଆସିଛି । ଭଲ ହେବ ଭାରତୀୟ ଜନତା ପାର୍ଟି ସରକାର ଯେଉଁ ମହାପୁରୁଷ ମାନଙ୍କର ନାମ ନେଉଛି, ସେହି ନାମରେ ନାମିତ କରୁ । ଅତିକମରେ ତାଙ୍କ ନାମ ଅନୁସରଣ କରିନେଲେ ବିଜେପିର ପାପ କମ ହୋଇଯିବ ।’



Visitors Today : 3
Total Visitors : 130169
Total Views : 9891615
Visitors Online Now : 0