ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ୩ ପ୍ରସ୍ତାବରେ କ୍ୟାବିନେଟ ମୋହର ଲଗାଇଛି । ଓଡ଼ିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସଂଶୋଧିତ ବ୍ୟବସ୍ଥା ଅନୁସାରେ ପଞ୍ଜୀକୃତ ଟିକସଦାତା ଉପକୃତ ହେବେ । ଏହା ସହ ଓଡ଼ିଶା ଲୋକାଲ ଫଣ୍ଡ ଅଡ଼ିଟ୍ ସଂଶୋଧନ ପ୍ରସ୍ତାବକୁ ବି ମଞ୍ଜୁରୀ ଦେଇଛନ୍ତି ରାଜ୍ୟ ସରକାର । ସୁବର୍ଣ୍ଣରେଖା ନଦୀରେ ହାଇଲେବଲ ବ୍ରିଜ ନିର୍ମାଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହି ସେତୁ ବାଲିଆପାଳ ଓ ଭୋଗରାଇ ବ୍ଲକକୁ ସଂଯୋଗ କରିବ । ବାଲିଆପାଳ ଜାମକୁଣ୍ଡରୁ ଭୋଗରାଇ ଅଡଙ୍ଗପନ୍ତେଇକୁ ସଂଯୋଗ କରିବ ଏହି ସେତୁ । ୧୩୮ କୋଟି ବ୍ୟୟବରାଦ ସହ ୩୦ ମାସ ମଧ୍ୟରେ ସେତୁ ନିର୍ମାଣ କାର୍ଯ୍ୟ ସରିବ ବୋଲି ଧାର୍ଯ୍ୟ ହୋଇଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0