ଆନନ୍ଦପୁର : ରାମଚନ୍ଦ୍ରପୁର ଥାନା ଆର୍ଗଦା ଗାଁରେ ଦୋକାନୀ ଜଣେ ଗ୍ରାହକଙ୍କୁ ବାକି ଟଙ୍କା ମାଗିବାରୁ ରାଗରେ ଦୋକାନ ପୋଡି ଦେଇଥିବା ଅଭିଯୋଗ ହୋଇଛି । ଗ୍ରାମର ମନୋଜ କୁମାର ଜେନା ଆର୍ଗଦା ଗାଁ ରାସ୍ତାକଡରେ ଏକ ଦୋକାନ କରିଛନ୍ତି।
ଗତ ରାତିରେ ତାଙ୍କ ଦୋକାନ ପୋଡି ଯାଇଥିବାର ଖବର ସେ ଆଜି ସକାଳୁ ଜାଣିବାକୁ ପାଇଥିଲେ । ତେବେ ଗ୍ରାମର ଜଣେ ଯୁବକ ଦୋକାନରୁ ବାକିରେ ଜିନିଷ ନେଇଥିବାବେଳେ ବାକି ଟଙ୍କା ମାଗିବାରୁ ୨ଦିନ ତଳେ ସଂପୃକ୍ତ ଯୁବକ ସହ ମନୋଜଙ୍କର ଝଗଡା ହୋଇଥିଲା। ସଂପୃକ୍ତ ଯୁବକ ଦୋକାନ କୁ ବରବାଦ କରିଦେବେ ବୋଲି ଧମକ ଦେଇଥିଲା। ସଂପୃକ୍ତ ଯୁବକ ଦୋକାନ ପୋଡିଥିବାର ମନୋଜ ସାଇଁକୁଳ ଫାଣ୍ଡିରେ ଏତଲା ଦେଇଛନ୍ତି । ପୋଲିସ୍ ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0