spot_img

ରାଜ୍ୟରେ ୧୫ଟି ଯୁକ୍ତ ୨ କଲେଜ ବନ୍ଦ , ୫ କଲେଜରେ ନାମଲେଖା ଉପରେ କଟକଣା

ଭୁବନେଶ୍ୱର : ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ଯୁକ୍ତ୨ କଲେଜ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ରେ ନାମଲେଖା ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବଡ଼ ପଦକ୍ଷେପ। ପିଲା ହେଉ ନ ଥିବା ଓ ଗଣଶିକ୍ଷା ବିଭାଗ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ରାଜ୍ୟର ୧୫ଟି କଲେଜକୁ ବନ୍ଦ କରାଯାଇଛି। ଏଥିସହ ୫ଟି କଲେଜରେ ନାମଲେଖା ଉପରେ କଟକଣା ଲାଗୁ ହୋଇଛି। ଉକ୍ତ ସମସ୍ତ କଲେଜ ସେଲ୍ଫ ଫାଇନାନ୍ସିଂ ହୋଇଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପକ୍ଷରୁ ସୂଚନା ଦିଆଯାଇଛି। ଅଗଷ୍ଟ ୨୫ରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ବିଜ୍ଞପ୍ତି ଅନୁଯାୟୀ ବନ୍ଦ ହୋଇଥିବା କଲେଜଗୁଡ଼ିକ ହେଲା ବାଲେଶ୍ବର ସଦରସ୍ଥିତ ସ୍ୟାଣ୍ଡ ସିଟି କଲେଜ, କଟକ ଜିଲ୍ଲା ଫକୀରପୁରସ୍ଥିତ ରେସନିକ୍ ସାଇନ୍ସ କଲେଜ, କଟକ ସଦରସ୍ଥିତ ବିଏମ୍ କଲେଜ, କଣ୍ଟାପଡ଼ାସ୍ଥିତ ଆରକେ ସାଇନ୍ସ ଆବାସିକ କଲେଜ, ସାଲେପୁରସ୍ଥିତ ଇନ୍ଷ୍ଟେନ୍ ସାଇନ୍ସ କଲେଜ, ଟାଙ୍ଗୀସ୍ଥିତ ରେସମା ସାଇନ୍ସ କଲେଜ, ଗଞ୍ଜାମ ଜିଲ୍ଲା ଚିକିଟିସ୍ଥିତ ସପ୍ତଶ୍ରୀ ସାଇନ୍ସ କଲେଜ, ଖଲ୍ଲିକୋଟସ୍ଥିତ ଚାଣକ୍ୟ ସାଇନ୍ସ କଲେଜ, ରଙ୍ଗେଇଲୁଣ୍ଡାସ୍ଥିତ ଗୁରୁକୁଳ ଇଣ୍ଟରନ୍ୟାସନାଲ ସାଇନ୍ସ କଲେଜ, ଯାଜପୁର ଜିଲ୍ଲା ଦାନଗଦୀସ୍ଥିତ ଷ୍ଟିଲ୍ ସିଟି ସାଇନ୍ସ କଲେଜ, ଖୋର୍ଧା ଜିଲ୍ଲା ଭୁବନେଶ୍ବରସ୍ଥିତ ବିଏନ୍ ଇଣ୍ଟରନ୍ୟାସନାଲ କଲେଜ, ଗୌରବ କଲେଜ ଅଫ୍ କମର୍ସ ମ୍ୟାନେଜମେଣ୍ଟ ଆଣ୍ଡ ସାଇନ୍ସ, ଦ୍ରୌପଦୀ କଲେଜ ଅଫ୍ ସାଇନ୍ସ ଆଣ୍ଡ କମର୍ସ, ଜଟଣୀସ୍ଥିତ ଓଡ଼ିଶା ସାଇନ୍ସ ଏକାଡେମି କଲେଜ ଓ ଖୋର୍ଧାସ୍ଥିତ ମହାପ୍ରଭୁ ଜଗନ୍ନାଥ ସାଇନ୍ସ କଲେଜ। ସେହିପରି କୋରାପୁଟ ଜୟପୁରସ୍ଥିତ ନାରାୟଣୀ କଲେଜ, ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରସ୍ଥିତ ଲିଙ୍ଗରାଜ କଲେଜ, ଗାୟତ୍ରୀ ମହିଳା କଲେଜ, ଦୀଷା କଲେଜ ଅଫ୍ ସାଇନ୍ସ ଆଣ୍ଡ କମର୍ସ ଓ ଆମ୍ବେଦକର କଲେଜରେ ନାମଲେଖା କଟକଣା ଲାଗୁ ହୋଇଥିବା ନେଇ ଅଗଷ୍ଟ ୨୨ରେ ନିର୍ଦେଶାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular