ନୂଆଦିଲ୍ଲୀ: ଲୋକସଭାରେ ଲଦାଖ ପରିସ୍ଥିତି ନେଇ ବିବୃତି ରଖିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଲଦାଖ ସ୍ଥିତି ସମ୍ପର୍କରେ ଗୃହକୁ ଜଣାଇବା ସହ ଶାନ୍ତି ଚାହୁଁଥିବା କହିଲେ ପ୍ରତିରକ୍ଷା ମନ୍ତ୍ରୀ । ଭାରତ-ଚୀନ୍ ସୀମାରେ ଶାନ୍ତି ପାଇଁ ଚେଷ୍ଟା ହେଉଛି । ଏବେ ଯାଏ ସୀମା ବିବାଦ ସମାଧାନ ହୋଇନି । ଏଲଏସିରେ ଚୀନ୍ ଲକ୍ଷ୍ୟ ସଫଳ ହେବନି ବୋଲି ରାଜନାଥ ସିଂହ କହିଛନ୍ତି । ଲାଦାଖରେ ଆମ ସେନାଙ୍କ ମନୋବଳ ବୃଦ୍ଧି କରାଯାଇଛି , ସାହସ ଦିଆଯାଉଛି । ସୀମା ବିବାଦ ଜଟିଳ ପ୍ରସଙ୍ଗ ହେଲେ ମଧ୍ୟ ଚୀନ ଲକ୍ଷ୍ୟ ସାକାର ହେବାକୁ ଦିଆଯିବନି । ଏପ୍ରିଲରେ ପୂର୍ବ ଲଦାଖରେ ହଇଚଇ ସୃଷ୍ଟି ହୋଇଥିଲା ।୧୫ ଜୁନ୍ରେ ଗଲୱାନରେ ସଂଘର୍ଷ ଘଟିଥିଲା, ଆମ ଜବାନ ଜୀବନ ଦେଇଥିଲେ । ଚୀନ ଅଧିକ ସୈନ୍ୟ ନିୟୋଜିତ କରିଥିଲା, ହେଲେ ଲକ୍ଷ୍ୟ ଭଣ୍ଡୁର ହେଲା । ଏଲଏସିରେ ଚୀନର ଏକତରଫା ପଦକ୍ଷେପକୁ ନାପସନ୍ଦ କରୁଛି ଭାରତ ବୋଲି ବିବୃତିରେ କହିଛନ୍ତି ରାଜନାଥ ସିଂହ ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0