ନୂଆଦିଲ୍ଲୀ : ଗତ କିଛି ଦିନ ପୂର୍ବରୁ ଭାରତ ଓ ଚୀନ ସୀମା ବିବାଦ ଯୋଗୁଁ ଭାରତ ସରକାର ଚୀନର ଅନେକ ଲୋକପ୍ରିୟ ଆପକୁ ବ୍ୟାନ କରିଥିଲେ । ତେବେ ତାହା ମଧ୍ୟରେ ରହିଥିଲା ଭାରତର ବହୁଳ ବ୍ୟବହୃତ ହେଉଥିବା ଲୋକପ୍ରିୟ ଆପ ଟିକଟକ । ଟିକଟକ ବ୍ୟାନ ହେବାପରେ ଏହାର ଅନେକ ବିକଳ୍ପ ଆପ ଭାବେ ପ୍ଲେ-ଷ୍ଟୋରରେ ଉପଲବ୍ଧ ହେଉଛି । ତେବେ ବର୍ତ୍ତମାନ ଫେସବୁକ ଓ ୟୁଟ୍ୟୁବ ମଧ୍ୟ ଏହାର ବିକଳ୍ପ ଖୁବଶୀଘ୍ର ବାହାର କରିବାକୁ ଯାଉଛନ୍ତି । ୟୁଟ୍ୟୁବ ଏହାର ବିକଳ୍ପ ଭାବେ ‘ସର୍ଟସ’ ନାମକ ଏକ ଆପ ଲଞ୍ଚ କରିବାକୁ ଯାଉଛି । ସେହିପରି ଭାବେ ଫେସବୁକ ଏହାର ବିକଳ୍ପ ଭାବେ ‘ଲାସୋ’ ନାମକ ଏକ ଆପ ଲଞ୍ଚ କରିବାକୁ ଯୋଜନା କରୁଛି । ୟୁଟ୍ୟୁବର ଏହି ନୂତନ ଆପ ମାଧ୍ୟମରେ ଲୋକମାନେ ଛୋଟଛୋଟ ଭିଡ଼ିଓ କରିପାରିବେ । ଏଥିସହିତ ୟୁଟ୍ୟୁବର ଲାଇସେନ୍ସ ପ୍ରାପ୍ତ ଗୀତରେ ମଧ୍ୟ ଭିଡ଼ିଓ କରାଯାଇପାରିବ । ମିଳିଥିବା ସୂଚନା ଅନୁଯାୟୀ, ଫେସବୁକ ଏହି ଆପ ‘ଲାସୋ’କୁ ବ୍ରାଜିଲରେ ଚୁପଚାପ ପରୀକ୍ଷା କରୁଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0