ଭୁବନେଶ୍ୱର: ଆଜି ରାଜ୍ୟରେ ପୁଣି ୩୭୧୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି । ଏହି ୩୭୧୪ ଜଣ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୨୫୭୩୮କୁ ବୃଦ୍ଧି ଘଟିଛି । ସୁସ୍ଥ ହୋଇଥିବା ଏହି ୩୭୧୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୭୪୪ ଜଣ, ବରଗଡ଼ରୁ ୩୯୭, କଟକରୁ ୩୫୭, ଯାଜପୁର ୨୪୨, ପୁରୀରୁ ୨୦୧, ମୟୁରଭଞ୍ଜରୁ ୧୫୨, ଝାରସୁଗୁଡ଼ାରୁ ୧୧୭, ବାଲେଶ୍ୱରରୁ ୧୧୫, କୋରାପୁଟରୁ ୧୧୫, କନ୍ଧମାଳରୁ ୧୦୦, ଜଗତସିଂହପୁରରୁ ୯୩, ଗଞ୍ଜାମରୁ ୯୨, କେନ୍ଦ୍ରାପଡ଼ାରୁ ୮୮, ସୋନପୁରରୁ ୮୪, ସୁନ୍ଦରଗଡ଼ରୁ ୮୪, ବଲାଙ୍ଗୀରିରୁ ୭୫, ଅନୁଗୁଳରୁ ୭୨, ସମ୍ବଲପୁରରୁ ୭୧, ନୟାଗଡ଼ରୁ ୭୦, କେନ୍ଦୁଝରରୁ ୬୦, ନବରଙ୍ଗପୁରରୁ୫୯, ନୂଆପଡ଼ାରୁ ୫୩, କଳାହାଣ୍ଡିରୁ ୪୮, ଦେଓଗଡ଼ରୁ ୪୩, ଗଜପତିରୁ ୩୮, ଭଦ୍ରକରୁ ୩୪, ଢେଙ୍କାନାଳରୁ ୩୪, ମାଲକାନାଗିରିରୁ ୨୨, ବୈଦ୍ଧରୁ ୧୯, ରାୟଗଡ଼ାରୁ ୧୭ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0