spot_img

କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାର ଆଗରେ ଥାଲାସେମିଆ ରୋଗୀ ଓ ସମାଜସେବୀଙ୍କ ଧାରଣା

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାର ଆଗରେ ଥାଲାସେମିଆ ରୋଗୀ ଓ ସମାଜସେବୀଙ୍କ ଧାରଣା । ରକ୍ତ ମହଜୁଦ ଥାଇ ଡୋନର ଦେବା ପରେ ମଧ୍ୟ ଜଣେ ଥାଲାସେମିଆ ରୋଗୀକୁ ରକ୍ତ ନ ଦିଆଯିବାରୁ ହୋଇଛି ଧାରଣା । ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳର ଇପ୍ସିତା ଖଟୁଆ ନାମକ ଜଣେ ଥାଲାସେମିଆ ରୋଗୀ କ୍ୟାପିଟାଲ ହସ୍ପିଟାଲ ରକ୍ତ ଭଣ୍ଡାରରେ ଗତ ୪ ବର୍ଷ ହେଲା ରକ୍ତ ନେଇ ଆସୁଛନ୍ତି । ମାତ୍ର କାଲି ତାଙ୍କୁ ରକ୍ତଭଣ୍ଡାରରୁ ରକ୍ତ ପାଇଁ ମନା କରିଦିଆଯାଇଥିଲା । ଜଣେ ସ୍ୱଚ୍ଛୋକୃତ ରକ୍ତ ଦେବା ପରେ ବି ତାଙ୍କୁ ରକ୍ତ ଦିଆଗଲା ନାହିଁ । ରୋଗୀକୁ ହଇରାଣ କରାଯିବା ପ୍ରତିବାଦରେ ରୋଗୀ ସହ ସମର୍ପିତ ଓ ସେବା ଫାଉଣ୍ଡେସନର ପ୍ରତିଷ୍ଠାତା ଶ୍ରୀ ସଦାଶିବ ଜେନା ରକ୍ତଭଣ୍ଡାର ପରିସରରେ ଧାରଣାରେ ବସିଥିଲେ । ଓଡିଶା ସରକାରଙ୍କ ଜୀବନ ବିନ୍ଦୁ, ଆମ ଓଡିଶା, ସେବା ଓ ସମର୍ପିତ ଅନୁଷ୍ଠାନ ଶିବିର ଆୟୋଜନ କରି ରକ୍ତ ଦାନ ପାଇଁ ପ୍ରୟାସ କରୁଥିବା ବେଳେ ଏପରି ଘଟଣା ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular