spot_img

ସଂକ୍ରମଣର ଆଶଙ୍କା ଥିବାରୁ ଜୁଲାଇ ୧୩ ପର୍ୟ୍ୟନ୍ତ ବନ୍ଦ ରହିଲା ଭୁବନେଶ୍ବର ଆରଟିଓ-୨ କାର୍ୟ୍ୟାଳୟ

ଭୁବନେଶ୍ବର : ଗତକାଲି ଆରଟିଓ-୧ ଅଫିସ୍ରୁ ୪ଜଣ କରୋନା ରୋଗୀ ବାହାରିବା ପରେ ରାଜଧାନୀ ଭୁବନେଶ୍ବରର ଆଚାର୍ୟ୍ୟ ବିହାର ଛକ ନିକଟସ୍ଥ ଆରଟିଓ-୧ ଅଫିସକୁ ସିଲ କରିଥିଲା ଭୁବନେଶ୍ବର ମହାନଗର ନିଗମ(ବିଏମସି) । ତେବେ ଜଣେ ଆରଟିଓ-୧ ଅଫିସର କର୍ମଚାରୀଙ୍କ ସଂସ୍ପର୍ଶରେ ଜଣେ ଆରଟିଓ-୨ର କର୍ମଚାରୀ ଆସିଥିବା ସୂଚନା ମିଳିବା ପରେ ଆଜି ସଂକ୍ରମଣ ସନ୍ଦେହରେ ଚନ୍ଦ୍ରଶେଖରପୁରସ୍ଥିତ ଆରଟିଓ-୨ ଅଫିସକୁ ବନ୍ଦ ରଖାଯାଇଛି । ଆସନ୍ତା ସୋମବାର ପର୍ୟ୍ୟନ୍ତ ଆରଟିଓ-୨ ଅଫିସ ବନ୍ଦ ରହିବ ବୋଲି ଜଣା ପଡ଼ିଛି । ଏହା ସହ ସମସ୍ତ କର୍ମଚାରୀଙ୍କୁ ବାଧ୍ୟତାମୂଳକ ସଂଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

- Advertisment -

Most Popular