spot_img

ଖୋର୍ଦ୍ଧା-ଗଞ୍ଜାମ ବର୍ଡର ସିଲ ପରେ ପ୍ରବଳ ଭିଡ , ସେପଟେ ନୟାଗଡ-ଗଂଜାମ ସୀମା ସିଲ କଲା ଜିଲ୍ଲା ପ୍ରଶାସନ

ଗଂଜାମ ଓ ଖୋର୍ଦ୍ଧା ଜିଲ୍ଲାର ସୀମା ସିଲ୍ ହେବା ପରେ ଟ୍ରାଫିକ ଜାମ୍ ହୋଇଛି । ସୀମା ସୀଲ୍ ଯୋଗୁଁ ରାସ୍ତାରେ ଗାଡିର ଲମ୍ବା ଲାଇନ ଲାଗିଛି । ପରିସ୍ଥିତିର ସମୀକ୍ଷା ପାଇଁ ଏସପି ବ୍ରିଜେଶ ରାୟ ସୀମାରେ ପହଂଚି ତଦାରଖ କରୁଛନ୍ତି । ସୀମା ସିଲ୍ ହେବା ପରେ ୨ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଆଜି ସୀମା ସିଲ କରିବା ନେଇ ଟୁଇଟ୍ କରି ସୂଚନା ଦେଇଥିଲେ ଗଂଜାମ ଜିଲ୍ଲାପାଳ । ଗଂଜାମ ଜିଲ୍ଲାରେ କରୋନା ସଂକ୍ରମଣକୁ ନଜରରେ ରଖି ଜିଲ୍ଲା ସୀମା ସିଲ୍ କରିଛନ୍ତି ଜିଲ୍ଲାପାଳ । ଏନେଇ ସମସ୍ତ ଜିଲ୍ଲାବାସୀଙ୍କୁ ସହଯୋଗ କରିବାକୁ ନିବେଦନ କରାଯାଇଛି । ଏହି ସମୟରେ କେହି ଗଂଜାମ ଜିଲ୍ଲାରୁ ବାହାରକୁ ଯାଇପାରିବେ ନାହିଁ କିମ୍ବା ବାହାର ଜିଲ୍ଲାରୁ ଗଂଜାମକୁ ଆସିପାରିବେ ନାହିଁ । କୌଣସି ଲୋକଙ୍କୁ ଗଂଜାମରୁ ଭୁବନେଶ୍ୱରକୁ ଆସିବାକୁ ଅନୁମତି ଦିଆଯିବ ନାହିଁ ବୋଲି କୁହାଯାଇଛି ।
ସେହପରି ନୟାଗଡା-ଗଂଜାମ ସୀମା ସିଲ କରାଯାଇଛି । ନୟାଗଡ କରସିଂ, ନାଉରିଆ, ସୁନାମୁହଁ ନିକଟରେ ସୀମା ସିଳ କରାଯାଇଛି । ଦଶପଲ୍ଲା ବ୍ଲକର ସାକେଣୀ ନିକଟରେ ରାସ୍ତା ସିଲ ଓ ସୀମା ସିଲ ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଫଳରେ ନୟାଗଡରୁ କେହି ଗଂଜାମ ଯାଇପାରିବେ ନାହିଁ । କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ,ଭଳି ନିଷ୍ପତି ନିଆଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular