କେନ୍ଦୁଝର : କେନାଲ ପାର ହେଉଥିବା ଗଳି ପଡିଲେ ୨ ହାତୀ ଛୁଆ । ଜେସିବି ଜରିଆରେ ମାଟି ଖୋଳି ପକାଇବା ପରେ ଖାଲରୁ ଉଦ୍ଧାର ହେଲା ହାତୀ ଛୁଆ । କେନ୍ଦୁଝର ଚମ୍ପୁଆ ରେଂଜ କାନପୁର ବୃହତ୍ ଜଳସେଚନ ପ୍ରକଳ୍ପ କେନାଲରେ ଦେଖିବାକୁ ମିଳିଛି ଏପରି ଘଟଣା ।

ଗତକାଲି ରାତିରେ ଜାମୁଦଲକରୁ ମଙ୍ଗଳପୁର ଆଡକୁ ଆସୁଥିଲେ ହାତୀ ପଲ । କାନପୁର ଜଳସେଚନ ପ୍ରକଳ୍ପ ପାଇଁ ନିର୍ମିତ କଂକ୍ରିଟ୍ କେନାଲରେ ୨ଟି ହାତୀ ଛୁଆ ଖସି ପଡିବା ପରେ ଆଉ ଉଠିପାରିନଥିଲେ । ସେପଟେ ହାତୀ ଛୁଆଙ୍କୁ ଜଗି ରହିଥିଲେ ମାଆ ହାତୀ ।
ଯେତେ ଉଦ୍ୟମ କଲେ ବି ଖାଲ ଭିତରୁ ହାତୀ ଛୁଆ ବାହାରି ପାରିନଥିଲେ । ବନବିଭାଗ ଜେସିବି ମେସିନ୍ ମଗାଇ କଂକ୍ରିଟ୍ କେନାଲ ଖୋଳି ମାଟି ପକାଇବା ପରେ ହାତୀ ଛୁଆଟି କେନାଲର ଖାଲରୁ ବାହାରି ମାଆ ହାତୀଙ୍କ ସହିତ ଜଙ୍ଗଲ ଆଡକୁ ଚାଲି ଯାଇଥିଲା । ହାତୀ ଚଲାପଥରେ କଂକ୍ରିଟ୍ କେନାଲ ତିଆରି ହୋଇଥିବାରୁ ଏହିପରି ଘଟଣା ଘଟିଥିବା ସୂଚନା ମିଳିଛି ।



Visitors Today : 3
Total Visitors : 130184
Total Views : 9891636
Visitors Online Now : 0