ଭୁବନେଶ୍ୱର : ରାଜ୍ୟର ଶ୍ରମିକମାନଙ୍କ ପାଇଁ ବଡ଼ ଖବର । ଆସନ୍ତା ଗାନ୍ଧି ଜୟନ୍ତୀରୁ ସେମାନେ ଆଉ ଠକାମିର ଶିକାର ହେବେନି । ସରକାରଙ୍କ ଧାର୍ଯ୍ୟ ସର୍ବନିମ୍ନ ମଜୁରୀରୁ କେହି କମ୍ ମଜୁରୀ ପାଇବେନି । ତାଙ୍କ ମଜୁରୀରେ ଠିକାଦାର କି କୌଣସି ଅସାଧୁ କର୍ମଚାରୀ ଭାଗ ବସାଇବେନି । ସେମାନଙ୍କ ହକ୍ ମଜୁରୀ ସିଧାସଳଖ ତାଙ୍କ ବ୍ୟାଙ୍କ ଖାତାରେ ଜମା ହେବ । ପ୍ରକଳ୍ପ ନିର୍ମାଣରେ ନିୟୋଜିତ ଶ୍ରମିକମାନଙ୍କ ପାଇଁ ଇ-ମଷ୍ଟରରୋଲ୍ ବ୍ୟବସ୍ଥା ରହିବ । ଆଜି ଏହା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଆସନ୍ତା ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରୁ ପ୍ରଥମ ଦଫାରେ ୫ଟି ବିଭାଗରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ନୂଆବର୍ଷରୁ ସମସ୍ତ ସରକାରୀ ବିଭାଗ କାମରେ ଏ ବ୍ୟବସ୍ଥା ଲାଗୁ ହେବ। ସବୁ ବିଭାଗ ଇ-ମଷ୍ଟରରୋଲ ବ୍ୟବହାର କରିବା ସହ ଶ୍ରମିକଙ୍କୁ ବ୍ୟାଙ୍କ ଜରିଆରେ (ଇ-ପେମେଣ୍ଟ) ମଜୁରୀ ପ୍ରଦାନ କରିବେ। ଏହାଦ୍ୱାରା ଶ୍ରମିକମାନେ ସମ୍ପୂର୍ଣ୍ଣ ସ୍ୱଚ୍ଛ ପ୍ରକ୍ରିୟାରେ ତାଙ୍କ ମଜୁରୀ ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ‘୫ ଟି’ରେ ଏହା କାର୍ଯ୍ୟକାରୀ ହେବାକୁ ଯାଉଥିଲା ବେଳେ ବିଭାଗଗୁଡ଼ିକ ଏଥିରେ ଭଲ କାମକୁ ପ୍ରୋତ୍ସାହିତ କରିବା ସହ ଏହାକୁ ଉଲ୍ଲଂଘନ କିମ୍ବା ତ୍ରୁଟି ବିଚ୍ୟୁତି କଲେ ଦଣ୍ଡବିଧାନ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ରାଜ୍ୟର ଶ୍ରମିକମାନଙ୍କ କଲ୍ୟାଣ ପାଇଁ ଏକ ଐତିହାସିକ ନିଷ୍ପତ୍ତି ବୋଲି ନବୀନ ଦର୍ଶାଇଛନ୍ତି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0