ନୂଆଦିଲ୍ଲୀ: ବଲିଉଡ଼ ଅଭିନେତା ସଞ୍ଜୟ ଦତ୍ତ ତାଙ୍କ ପତ୍ନି ମାନ୍ୟତା ଦତ୍ତଙ୍କ ସହିତ ବୁଧବାର ଦିନ ଦୁବାଇ ଯାଇଛନ୍ତି । ଗତ କିଛି ଦିନ ହେବ ସଞ୍ଜୟ ଦତ୍ତ କ୍ୟାନସର ରୋଗରେ ପୀଡ଼ିତ ଥିଲେ । ତେଣୁ ଆଜି ସେ ଚିକିତ୍ସା ପାଇଁ ଦୁବାଇ ଯାଇଛନ୍ତି । ମାନ୍ୟତା ତାଙ୍କ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ଏହି ବିଷୟରେ ସୂଚନା ଦେଇଛନ୍ତି । ମାନ୍ୟତା ଓ ସଞ୍ଜୟ ଦତ୍ତ ସେୟାର କରିଥିବା ଫଟୋରେ ଅନେକ ପଜିଟିଭ ନଜର ଆସୁଛନ୍ତି । ପୂର୍ବରୁ ସଞ୍ଜୟ ଦତ୍ତ ମୁମ୍ବାଇରେ ଚିକିତ୍ସିତ ହେଉଥିଲେ ଓ ଡ଼ାଇଗ୍ନୋସିସ ନେଉଥିଲେ । ବର୍ତ୍ତମାନ ଚିକିତ୍ସିତ ହେବା ପାଇଁ ସେ ଦୁବାଇ ଯାଉଛନ୍ତି । ମିଳିଥିବା ସୂଚନା ମୁତାବକ, ସଞ୍ଜୟ ଦତ୍ତ ଯେତେବେଳେ କ୍ୟାନସରରେ ଚିକିତ୍ସିତ ହେଉଥିଲେ ସେତେବେଳେ ମାନ୍ୟତା ଦୁବାଇରେ ଥିଲେ । ପରେ ସେ ନିଜ ପତିଙ୍କ ପାଖକୁ ମୁମ୍ବାଇ ଆସିଥିଲେ । ମାନ୍ୟତା ଏହି ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘କେଉଁଠି ରହିଯିବୁ ନାହିଁ ହାରି କରି….କଣ୍ଟା ଉପରେ ଚାଲି ମିଶିବା ପୁଣି ବାହାରେ । ଆମେ କିଛି ଦିନ ହେବ ଖରାପ ଦିନ ସହ ଲଢିବାକୁ ହେବ ଯାହାଦ୍ୱାରା ଆମେ ଆମର ଖୁସିର ଦିନକୁ ପୁଣି ଥରେ ଫେରି ପାଇବା । କେବେ ବି ହାର ମାନିବ ନାହିଁ ।’



Visitors Today : 2
Total Visitors : 130168
Total Views : 9891614
Visitors Online Now : 0