ଲକ୍ଷ୍ନୌ: ସ୍ୱାସ୍ଥ୍ୟ ବିଭାଗକୁ କଡ଼ା ନିର୍ଦେଶ ଦେଇଛନ୍ତି ଯୋଗୀ ସରକାର । ଉତ୍ତର ପ୍ରଦେଶରେ ସ୍ୱାସ୍ଥ୍ୟ ବିଭାଗ ଅଧିନରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ପାଇଁ ସ୍ୱତନ୍ତ୍ର ଗାଇଡ଼ ଲାଇନ ଜାରି କରିଛନ୍ତି ଯୋଗୀ ସରକାର । ସ୍ୱାସ୍ଥ୍ୟ ବିଭାଗ ଅଧିନରେ ୫୦ ବର୍ଷରୁ ଅଧିକ ବୟଷ୍କ କର୍ମଚାରୀଙ୍କ ଛଟେଇ ହେବ ବୋଲି ଆଦେଶ ଦେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏଥିପାଇଁ ଯୋଗୀ ସରକାର ୪ ଜଣିଆ ସ୍କ୍ରିନିଂ କମିଟି ଗଠନ କରିଛନ୍ତି । ଏହି କମିଟି ଉତ୍ତର ପ୍ରଦେଶରେ ସ୍ୱାସ୍ଥ୍ୟ ବିଭାଗ ଅଧିନରେ ୫୦ ବର୍ଷରୁ ଅଧିକ ବୟସ୍କ କର୍ମଚାରୀଙ୍କ କାର୍ଯ୍ୟ ଦକ୍ଷତା, ସଚ୍ଚୋଟତା ଓ ଶାରୀରିକ ଦକ୍ଷତା ଆଧାରରେ ସ୍କ୍ରିନିଂ କରିବେ । ତାହାପରେ ଛଟେଇ ପ୍ରକ୍ରିୟା ଆରମ୍ଭ କରାଯିବ । ସ୍ୱାସ୍ଥ୍ୟ ବିଭାଗରେ ବେପରୁଆ ମନୋଭାବ ଓ କାର୍ଯ୍ୟରେ ଅବହେଳା କରୁଥିବା କର୍ମଚାରୀଙ୍କ ସ୍କ୍ରିନିଂ କରାଯାଇ ସେମାନଙ୍କୁ ବାହାର କରାଯିବ ବୋଲି ସରକାରଙ୍କ ତରଫରୁ ସେପ୍ଟେମ୍ବର ୧୫ରେ ଜରି କରାଯାଇଥିବା ଆଦେଶରେ ସ୍ପଷ୍ଟ ଭାବେ କୁହାଯାଇଛି । ଗଠିତ ହୋଇଥିବା ଏହି ଟିମ ଏହିଭଳି କର୍ମଚାରୀଙ୍କ ତାଲିକା କରି ସରକାରଙ୍କୁ ଦେବେ । ତାହାପରେ ସରକାର ଏହି କର୍ମଚାରୀଙ୍କ ଉପରେ ଦୃଢ କାର୍ଯାନୁଷ୍ଠାନ ନେବେ ନଚେତ ସେମାନଙ୍କୁ ଚାକିରିରୁ ବାହାର କରିଦେବେ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0