spot_img

LICରେ ୫୦୦୦ ପଦବୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ: ଭାରତୀୟ ଜୀବନ ବୀମା ନିଗମରେ ଖାଲି ପଡ଼ିଥିବା ୫୦୦୦ ପଦବୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଏନେଇ ଏଲଆଇସି ପକ୍ଷରୁ ସୂଚନା ଦିଆଯାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆସନ୍ତା ୨୮.୦୨.୨୦୨୧ ମଧ୍ୟରେ ଅନଲାଇନରେ ଆବେଦନ କରିପାରିବେ । ଏଲଆଇସିର ବୀମା ପ୍ରତିନିଧି ପାଇଁ ଏହି ବିଜ୍ଞପ୍ତି ଜାରି କରାଯାଇଛି । ନ୍ୟୁନତମ ବୟସସୀମା ୧୮ ଏବଂ ଅଧିକତମ ବୟସସୀମା ୪୫ ମଧ୍ୟରେ ଥିବା ବ୍ୟକ୍ତିମାନେ ଏହି ପଦବୀ ପାଇଁ ଉପଯୁକ୍ତ ହୋଇପାରିବେ । ଆବେଦନକାରୀ କୈାଣସି ମାନ୍ୟତା ପ୍ରାପ୍ତ ସଂସ୍ଥା କିମ୍ବା ବିଶ୍ୱବିଦ୍ୟାଳୟରୁ ଏସଏସସି ପାସ କରିଥିବା ଆବଶ୍ୟକ । ଏହା ସହିତ ଆବେଦନକାରୀଙ୍କୁ ଲିଖିତ ପରୀକ୍ଷା ଓ ସାକ୍ଷାତକାର ଦେବାକୁ ପଡ଼ିବ । ଅନଲାଇନରେ ଆବେଦନ କରିବା ସମୟରେ ଆବେଦନକାରୀ ନିଜର ଆଧାର ନମ୍ବର ଓ ମେଲ ଆଇଡ଼ି ଦେବାକୁ ପଡ଼ିବ । ଏହାପରେ ଆବେଦନକାରୀ ନିଜର ସମସ୍ତ ତଥ୍ୟ ଠିକ ଭାବେ ଅନଲାଇନରେ ପୂରଣ କରି ସବମିଟ କରିବା ଆବଶ୍ୟକ । ଯାହା ଫଳରେ ଲିଖିତ ପରିକ୍ଷା ସମୟରେ କୌଣସି ସମସ୍ୟାରେ ସମ୍ମୁଖିନ ହେବାକୁ ପଡ଼ିବନି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular