ଭବାନୀପାଟଣା: ଚଳିତ ବର୍ଷ ପାଳନ ହେବ କଳାହାଣ୍ଡି ଜିଲ୍ଲାର ପ୍ରସିଦ୍ଧ ଛତର ଯାତ୍ରା। କଳାହାଣ୍ଡି ଜିଲ୍ଲା ପ୍ରଶାସନ କୋଭିଡ୍ କଟକଣା ମଧ୍ୟରେ ପ୍ରସିଦ୍ଧ ଛତରଯାତ୍ରା ଆୟୋଜନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛି। ଏ ସଂକ୍ରାନ୍ତରେ ଆଜି ଅନୁଷ୍ଠିତ ବୈଠକରେ କୁହାଯାଇଛି ଯେ, କୋଭିଡ୍-୧୯ ମହାମାରୀ କାରଣରୁ ଏ ବର୍ଷ ଦେବୀ ମାଣିକେଶ୍ବରୀଙ୍କ ଉତ୍ସବ ଭକ୍ତଙ୍କ ବିନା ଆୟୋଜନ କରାଯିବ। ଏଥର ଅକ୍ଟୋବର ୨୪ ତାରିଖରେ ଛତରଯାତ୍ରା ପଡୁଛି। ନିଷ୍ପତ୍ତି ଅନୁସାରେ, ମନ୍ଦିର ଭିତରକୁ ପ୍ରବେଶ କରିବାକୁ କି, ଯାତ୍ରାରେ ଭାଗ ନେବାକୁ କୌଣସି ଭକ୍ତଙ୍କୁ ଅନୁମତି ଦିଆଯିବ ନାହିଁ। ଯାତ୍ରା ଉପଲକ୍ଷେ ମାଣିକେଶ୍ବରୀ ମନ୍ଦିରରେ ଦିଆଯାଉଥିବା ପଶୁବଳି ମଧ୍ୟ ନିଷେଧ ହୋଇଛି। ଏଥିରେ ପ୍ରବଳ ଜନସମାଗମ ହୋଇଥାଏ। ମାତ୍ର ଚଳିତ ବର୍ଷ ଯାତ୍ରାସ୍ଥଳକୁ ଭକ୍ତଙ୍କୁ ଆସିବା ଲାଗି ଅନୁମତି ଦିଆଯିବ ନାହିଁ।



Visitors Today : 3
Total Visitors : 130426
Total Views : 9891957
Visitors Online Now : 0