spot_img

ଆରସିବିକୁ ସାହାଯ୍ୟର ହାତ ବଢ଼ାଇଲେ ୟୁଏଇ କ୍ୟାପଟେନ

ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର, ଆଇପିଏଲ ଅଭ୍ୟାସ ପାଇଁ ୟୁଏଇର କ୍ୟାପଟେନ୍ ଅହମ୍ମଦ ରଜା ଓ ଯୁବା କାର୍ତ୍ତିକ ମୟାପ୍ପାନଙ୍କୁ ଟିମରେ ସାମିଲ କରିଛି । ବାଙ୍ଗାଲୋର ଟିମ୍ ଆଇପିଏଲରେ ନିଜର ଅଭିଯାନ ସେପ୍ଟେମ୍ବର ୨୧ରୁ ଆରମ୍ଭ କରିବ । ପ୍ରଥମ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର । ସ୍ଥାନୀୟ ମିଡ଼ିଆ ଅନୁସାରେ ରଜାଙ୍କର ସଙ୍ଗରୋଧ ରହଣି ପୁରା ହୋଇଛି । ବାମହାତୀ ସ୍ପିନର ରଜାଙ୍କୁ ବୋଲିଂ କୋଚ୍ ଶ୍ରୀଧରନ୍ ଶ୍ରୀରାମଙ୍କ କହିବାନୁସାରେ ଡକାଯାଇଥିଲା । ୩୧ ବର୍ଷୀୟ ରଜା ୧୪ ବର୍ଷରୁ ୟୁଏଇ ଟିମ୍‌ର ଅଂଶ ଅଛନ୍ତି । ସେ ୩୧ଟି ଏକଦିବସୀୟ ମ୍ୟାଚରେ ୩୫ଟି ୱିକେଟ ନେଇଛନ୍ତି । ଅନ୍ୟ ପଟେ ଲେଗ୍ ସ୍ପିନର କାର୍ତ୍ତିକ ୟୁଏଇ ପାଇଁ ଚାରୋଟି ଏକଦିବସୀୟ ମ୍ୟାଚ ଖେଳିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular