spot_img

ଥଇଥାନ ବ୍ୟବସ୍ଥା ଉଠାଇବାକୁ ନେଇ ଶିକ୍ଷକ କର୍ମଚାରୀଙ୍କ ବିରୋଧ

ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟ କରୁଥିବା ଶିକ୍ଷକ କର୍ମଚାରୀଙ୍କ ଚାକିରି କାଳରେ ମୃତ୍ୟୁଘଟିଲେ ସେହି ପରିବାରର ଉତ୍ତରାଧିକାରୀଙ୍କୁ ଚାକିରି ଦେବାର ଆଇନଗତ ବ୍ୟବସ୍ଥା ଥିଲା । ଏହି ଆଇନ ଲାଗୁ ହେବାର ଗୋଟେ ବର୍ଷ ନ ପୁରୁଣୁ ରାଜ୍ୟସରକାର ଏହାକୁ ପ୍ରତ୍ୟାହାର କରିଥିଲେ । ସରକାରଙ୍କ ଏଭଳି ନିଷ୍ପତିକୁ ଅଗଣତାନ୍ତ୍ରିକ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ସୂଚନା ଦେଇଛନ୍ତି ।
ତାଙ୍କ କହିବାନୁସାରେ, ଜଣେ ସରକାରୀ କର୍ମଚାରୀ ତାଙ୍କ ଚାକିରି କାର୍ଯ୍ୟକାଳ ମଧ୍ୟରେ ଯଦି ମୃତ୍ୟୁ ହୁଏ, ତେବେ ସେଇ କର୍ମଚାରୀଙ୍କ ପରିବାରର କିମ୍ବା ଉତ୍ତରାଧିକାରୀଙ୍କୁ ଯୋଗ୍ୟତା ଅନୁଯାୟୀ ଚାକିରୀ ଦେବାର ବ୍ୟବସ୍ଥା ଥିଲା । ଓଡ଼ିଶା ସରକାର ଏହାକୁ ପରିବତ୍ତନ କରି ଯୋଗ୍ୟତାନୁସାରେ ଚାକିରି ନଦେଇ କେବଳ ଚତୁର୍ଥ ଶେଣୀ କର୍ମଚାରୀ ଭାବରେ ନିଯୁକ୍ତି ଦେବା ପାଇଁ ନିଷ୍ପତି ନେଇଥିଲେ । ଏପରିକି ୮୦ହଜାର ଶିକ୍ଷକ କର୍ମଚାରୀଙ୍କ ପାଇଁ ଏହି ଆଇନ ଲାଗୁ କରାଯାଇଥିଲା । ଅନ୍ୟପଟେ, ରାଜ୍ୟସରକାଙ୍କୁ ପଣିଥରେ ଥଇଥାନ ବ୍ୟବସ୍ଥାକୁ ଲାଗୁ କରିବା ପାଇଁ ଦାବି କରିଛନ୍ତି । ଏବଂ ଦାବି ପୂରଣ ନକଲେ ଯେଉଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସରକାର ହିଁ ଦାୟୀ ରହିବେ ବୋଲି ମିଳିତମଞ୍ଚପକ୍ଷରୁ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular