spot_img

ସଂସଦ ଭବନକୁ ମିଳିବ ନୂଆ କୋଠା , ଟେଣ୍ଡର ଜିତିଲା ଟାଟାଗ୍ରୁପ୍‌

ଦିଲ୍ଲୀରେ ସଂସଦ ଭବନର ନୂଆ କୋଠା ତିଆରି ହେବ । ଏଥିପାଇଁ ଟାଟାଗ୍ରୁପ୍ ଟେଣ୍ଡର ଜିତିଛି । ୮୯୧ କୋଟି ୯୦ ଲକ୍ଷର ଟେଣ୍ଡର ଜିତି ଏଲ ଆଣ୍ଡ ଟି ଗ୍ରୁପ୍‌କୁ ପଛରେ ପକାଇଛି ଟାଟା ଗ୍ରୁପ୍ । ବୁଧବାର ଦିନ ଏନେଇ କେନ୍ଦ୍ରୀୟ ଲୋକସେବା ବିଭାଗରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏଥିରେ ଟାଟା ଗ୍ରୁପ୍ ସହ ଏଲ ଆଣ୍ଡ ଟି, ଲାର୍ସନ୍ ଆଣ୍ଡ ଟର୍ବୋ ଭଳି କମ୍ପାନୀ ମଧ୍ୟ ସାମିଲ ହୋଇଥିଲେ । ତେବେ ଶେଷରେ ଟାଟା ଗ୍ରୁପ୍ ବାଜି ମାରି ନେଇଥିଲା । ସୂଚନାଯୋଗ୍ୟ କି ସଂସଦର କୋଠା ବହୁତ ପୁରୁଣା ହୋଇଯାଇଥିବାରୁ ସୁରକ୍ଷା ଦୃଷ୍ଟିରୁ ନୂଆ କୋଠା ନିର୍ମାଣ କରିବାକୁ ସରକାର ଚିନ୍ତା କରିଛନ୍ତି । ପୁରୁଣା ସଂସଦ ଭବନ ପାଖରେ ନୂଆ କୋଠା ନିର୍ମାଣ ହେବ । ଏହାର ନିର୍ମାଣ ସେଣ୍ଟ୍ରାଲ ୱିଷ୍ଟା ରିଡେଭଲପମେଣ୍ଟ ପ୍ରୋଜେକ୍ଟ ଅନୁସାରେ ହେବ । ୨୧ ମାସ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଯୋଜନା ଅଛି । ଦୁଇ ମହଲା ବିଶିଷ୍ଟ ଏହି ନୂଆ କୋଠା ୧୧୮ ନମ୍ବର ପ୍ଲଟରେ ତିଆରି ହେବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular