ଏଚଡିଏଫ୍ସି ବ୍ୟାଙ୍କର ଗ୍ରାହକଙ୍କ ପାଇଁ ଖୁସି ଖବର । କରୋନା ସଙ୍କଟ ସମୟରେ ବ୍ୟାଙ୍କ୍ ଗ୍ରାହକମାନଙ୍କ ପାଇଁ ଭିଡିଓ କେୱାଇସି ସୁବିଧା ଆରମ୍ଭ ହୋଇଛି । ଏହି ସୁବିଧା ଜରିଆରେ ଗ୍ରାହକ ଘରେ ବସି ସୁରକ୍ଷିତ ଭାବେ ଅନଲାଇନ୍ ବ୍ୟାଙ୍କ୍ ଖାତା , କର୍ପୋରେଟ ଦରମା ଆକାଉଣ୍ଟ କିମ୍ବା ବ୍ୟକ୍ତିଗତ ଋଣ ନିମନ୍ତେ କେୱାଇସି କରିପାରିବେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ସେଥିପାଇଁ ଆପଣଙ୍କୁ ବ୍ୟାଙ୍କ ଶାଖାକୁ ଯିବାକୁ ପଡ଼ିବନି । ବ୍ୟାଙ୍କର ଏହି ସେବା ସକାଳ ୧୦ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏ ଉପଲବ୍ଧ ହେବ । ଭିଡ଼ିଓ କେୱାଇସି ପ୍ରକ୍ରିୟା ଅନଲାଇନ, ଫାଷ୍ଟ ଓ ନିରାପଦ ହେବା ସହ ପେପରଲେସ୍ ଓ କଣ୍ଟାକ୍ଟଲେସ୍ ମଧ୍ୟ ଅଟେ । ଏଥିରେ ବ୍ୟାଙ୍କ ଅଧିକାରୀ ଓ ଗ୍ରାହକଙ୍କ କଥାବାର୍ତ୍ତା ରେକର୍ଡ ହୁଏ । କେୱାଇସି ପାଇଁ ସର୍ବପ୍ରଥମେ ବ୍ୟାଙ୍କ ଭିଡ଼ିଓ କଲ କରିବେ । ଏହା ପରେ ଗ୍ରାହକଙ୍କ ପ୍ରଶ୍ନର ଉତ୍ତର ରଖିବେ । ସେମାନେ ଗ୍ରାହକଙ୍କ ଫଟୋ ଉଠାଇବେ । ଗ୍ରାହକ ପ୍ୟାନ କାର୍ଡର ଅରିଜିନାଲ କପି ଦେଖାଇବା ପରେ ତା’ର ମଧ୍ୟ ଫଟୋ ଉଠାଯାଇଥାଏ । ଏହା ଭିତରେ ବ୍ୟାଙ୍କ ଖାତା ଖୋଲି ଯାଇଥାଏ । କିନ୍ତୁ ଖାତା ଆକ୍ଟିଭେଟ୍ କରିବା ପୂର୍ବରୁ ଭିଡ଼ିଓ କେୱାଇସି ଓ ଅଡିଓ-ଭିଡିଓ ସମ୍ବାଦର ଭେରିଫିକେସନ୍ କରାଯାଇଥାଏ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0