spot_img

ଗାଡି ଧକ୍କାରେ ଜଣେ ମୃତ, ତିନି ଆହତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଳା ସାରୁ ଛକରେ ଏକ ଅଜଣା ଗାଡି ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତିନି ଜଣ ଆହତ ହୋଇଥିବା ଜଣାପଡିଛି । ମହେଶ ଦାସ ଏବଂ ବିକ୍ରମ ଦାଶ ଗୋପାଳପୁର ଥାନା ଗଡଗାଁରୁ କାଞ୍ଜିଅଁମାକୁ ବାଇକରେ ଆସୁଥିଲେ । ସେହି ସମୟରେ ଏକ ଅଜଣା ଗାଡି ପଛପଟୁ ଧକ୍କା ଦେବା ଯୋଗୁ ଭାରସାମ୍ୟ ହରାଇ ପଛପଟୁ ଆସୁଥିବା ଏକ ସ୍କୁଟିକୁ ଧକ୍କା ଦେଇଥିଲେ । ଘଟଣାସ୍ଥଳରେ ମହେଶ ଦାସଙ୍କର ମୃତୁ୍ୟ ହୋଇଥିଲା । ବାଇକରେ ବସିଥିବା ବିକ୍ରମ ଦାସ ଓ ସ୍କୁଟିରେ ଥିବା ଦେବରାଜ ବେହେରା ଆହତ ହୋଇ ହିଞ୍ଜିଳିକାଟୁ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଗାଡିକୁ ଜବତ କରି ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular