spot_img

ଟ୍ୱିନ ସିଟିରେ ଆକ୍ସନ ମୋଡ଼ରେ କମିଶନରେଟ ପୁଲିସ

ଭୁବନେଶ୍ୱର: ସାରା ରାଜ୍ୟରେ କରୋନା ତାର କାୟା ବିସ୍ତାରେ କରିଚାଲିଛି । ସରକାର କରୋନା ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ନେଉଛନ୍ତି । ଅନ୍ୟପଟେ ପ୍ରଶାସନର ବାରମ୍ବାର ବାରଣ ସର୍ତ୍ତେ କିଛି ଅମାନୀୟା ନିୟମକୁ ଉଲଂଘନ କରିଚାଲିଛନ୍ତି । ତେଣୁ କମିଶନରେଟ ପୁଲିସ ଆଇନ ଉଲ୍ଲଘଂନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ, ମାସ୍କ, ପିନ୍ଧୁନଥିବା କି ସାମାଜୀକ ଦୂରତ୍ୱ ପାଳନ କରୁନଥିବା ଲୋକଙ୍କଠୁ ଫାଇନ ଆଦାୟ କରୁଛି ।
ସୂୂନାକ୍ରମେ, ଗତ ୧୬ ତାରିଖରେ କୋଭିଡ଼ ସ୍ଥିତିର ସମୀକ୍ଷା କରିଲାବେଳେ ଭୁବନେଶ୍ୱର ଓ କଟକ ସହରରେ କୋଭିଡ଼ ନିୟମ ଠିକ ଭାବରେ ପାଳନ ନହେଉଥିବାରୁ ମୁଖ୍ୟମନ୍ତ୍ରୀ ଅସନ୍ତୋଷ ବ୍ୟକ୍ତ କରିଥିଲେ । ତେଣୁ ଭୁବନେଶ୍ୱର ଡ଼ିସିପି ଉମାଶଙ୍କର ଦାଶ ସ୍ୱୟଂ ରାଜଧାନୀର ସହିଦନଗର, ଲକ୍ଷ୍ମୀସାଗର ଓ ବରମୁଣ୍ଡା ରୁଚିକା ମାର୍କେଟ ଅଞ୍ଚଳରେ ବୁଲି ଅମାନିୟାଙ୍କ ଠାରୁ ଫାଇନ ଆଦାୟ କରୁଛନ୍ତି । ଅନ୍ୟପଟେ, କଟକ ଡ଼ିସିପି ପ୍ରତୀକ ସିଂ ମଧ୍ୟ ବିଭିନ୍ନ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ବୁଲିବା ସହ ଅମାନୀୟାଙ୍କ ଠାରୁ ଫାଇନ ଆଦାୟ କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular