spot_img

ଅକ୍ଟୋବର ୨ ଯାଏ ଦୁବାଇକୁ ଉଡିବନି ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଅକ୍ଟୋବର ୨ ଯାଏ ଏୟାର ଇଣ୍ଡିଆ ଉଡାଣରୁ ରଦ୍ଦ କଲା ଦୁବାଇ । ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ କୋରୋନା ସଂକ୍ରମିତ ଚିହ୍ନଟ ପରେ ଦୁବାଇ ପ୍ରଶାସନ ଏୟାର ଇଣ୍ଡିଆର ସମସ୍ତ ସେବାକୁ ୧୫ ଦିନ ବାତିଲ କରିଛି । ଦୁବାଇ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ (ଡିସିଏଏ) ର ଏକ ବିବୃତ୍ତି ଏହି ସୂଚନା ଦେଇଛି। ବିବୃତ୍ତିରେ କୁହାଯାଇଛି ଯେ ଜୟପୁରରୁ ଦୁବାଇ ଅଭିମୁଖେ ଆସୁଥିବା ବିମାନରେ ଜଣେ କୋରୋନା ପଜିଟିଭ ଯାତ୍ରୀ ମିଳିବା ପରେ ଆସନ୍ତା ୧୫ ଦିନ ଅର୍ଥାତ ଅକ୍ଟୋବର ୨ ଯାଏ ଏୟାର ଇଣ୍ଡିଆର ସମସ୍ତ ବିମାନ ସେବା ସ୍ଥଗିତ ରଖାଯାଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular