ଭୁବନେଶ୍ବର: ଆଜି ରାଜ୍ୟରେ ଆଜି ରାଜ୍ୟରେ ୪୧୮୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ଫଳରେ ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୭୧ ହଜାର ୩୪୧କୁ ବୃଦ୍ଧି ପାଇଛି। ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ଏଯାବତ୍ କେତେଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ଏଯାବତ୍ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୯,୫୦୨ ଥିବା ବେଳେ ଖୋର୍ଦ୍ଧାରେ ୨୯,୪୮୨, କଟକରେ ୧୪,୯୯୪, ଗଜପତିରେ ୩୨୮୧, ଯାଜପୁରରେ ୬୫୦୨, ବାଲେଶ୍ବରରେ ୫୮୮୪, ଜଗତସିଂହପୁର ଜିଲ୍ଲାରେ ୩୬୨୫, ପୁରୀରେ ୭୫୮୭, କେନ୍ଦ୍ରାପଡ଼ାରେ ୩୬୩୨, ଭଦ୍ରକ ଜିଲ୍ଲାରେ ୪୨୯୧, ସୁନ୍ଦରଗଡ଼ରେ ୬୧୭୦, ବଲାଙ୍ଗୀରରେ ୩୩୧୯, କନ୍ଧମାଳରେ ୩୨୮୩, ମୟୂରଭଞ୍ଜରେ ୬୩୨୯, କୋରାପୁଟରେ ୫୨୩୩, ନୟାଗଡ଼ରେ ୪୦୭୩, କେନ୍ଦୁଝରରେ ୩୨୨୧, ନୂଆପଡ଼ାରେ ୧୯୭୩, ଝାରସୁଗୁଡ଼ାରେ ୩୦୦୯, ଢେଙ୍କାନାଳରେ ୨୯୦୩, କଳାହାଣ୍ଡିରେ ୨୩୭୪, ବରଗଡ଼ ଜିଲ୍ଲାରେ ୫୦୦୭, ଅନୁଗୁଳରେ ୨୪୩୫, ମାଲକାନଗିରିରେ ୨୯୮୮, ସମ୍ବଲପୁରରେ ୪୫୭୬, ରାୟଗଡ଼ାରେ ୬୬୦୭, ବୌଦ୍ଧରେ ୧୩୧୪, ସୋନପୁର ଜିଲ୍ଲାରେ ୨୧୮୧, ଦେବଗଡ଼ ଜିଲ୍ଲାରେ ୪୫୬ ଓ ନବରଙ୍ଗପୁର ଜିଲ୍ଲାରେ ୨୫୮୨ରେ ପହଞ୍ଚିଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0