ଭୁବନେଶ୍ବର: କୋରୋନା ସମୟରେ ଦିଲ୍ଲୀର ଫରିଦାବାଦ ଅଞ୍ଚଳରେ ୧୨ଶହ ବସ୍ତିବାସିନ୍ଦାଙ୍କ ଘର ଉଚ୍ଛେଦ କରିବା ସହ ସେମାନଙ୍କୁ ସେଠାରୁ ତଡିଦିଆଯାଇଛି । ସେହିପରି ନିକଟରେ ସୁପ୍ରିମକୋର୍ଟ ଦିଲ୍ଲୀର ୪୮ ହଜାର ବସ୍ତି ଘରକୁ ଭାଙ୍ଗିବାକୁ ଆଦେଶ ଦେଇଛନ୍ତି । ଯାହାର ପ୍ରତିବାଦର ସ୍ୱର ଭୁବନେଶ୍ୱରରେ ଦେଖିବାକୁ ମିଳିଛି ।ବସ୍ତି ସୁରକ୍ଷା ମଞ୍ଚ ପକ୍ଷରୁ ସ୍ଥାନୀୟ ମାଷ୍ଟରକ୍ୟାଣ୍ଟିନ ଛକରେ ଥାଳି ଓ ଘଣ୍ଟ ବଜାଇ ପ୍ରତିବାଦ କରାଯାଇଛି । ସୁପ୍ରିମକୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ତାହା ଅତ୍ୟନ୍ତ ଅପ୍ରାସଙ୍ଗିକ କହିବା ସହ ଏହା ବସ୍ତି ବାସୀଙ୍କର ଅଧିକାରକୁ ଉଲ୍ଲଙ୍ଘନ କରୁଥିବା କହିଛନ୍ତି ମଞ୍ଚର ସମ୍ପାଦିକା ପ୍ରମିଳା ବେହେରା ।ଶୁକ୍ରବାର ଦିଲ୍ଲୀ ସରକାର ଏହାକୁ ପାଳନ କରୁଥିବା ବେଳେ ଆସନ୍ତାକାଲି ଦେଶର ଅନ୍ୟ ରାଜ୍ୟମାନଙ୍କରେ ଏହାକୁ ମାନିବାକୁ ବି କୁହାଯାଇ ପାରେ । ତେଣୁ ମଞ୍ଚ ପକ୍ଷରୁ ଏହି ନିଷ୍ପତ୍ତିର ବିରୋଧ କରାଯିବା ସହ ଏହାକୁ ପ୍ରତ୍ୟାହାର କରାଯିବାକୁ ଦାବି କରାଯାଇଛି । ଏହାସହ ସରକାରଙ୍କ ବିଭିନ୍ନ ଯୋଜନାରେ ବସ୍ତି ବାସିନ୍ଦାଙ୍କ ବାସଗୃହ ଯୋଗାଇ ଦିଆଯିବା ସହ କର୍ମକ୍ଷେତ୍ରର ପାଞ୍ଚ କିଲୋମିଟର ମଧ୍ୟରେ ରହିବା ପାଇଁ ବାସଗୃହ ଦିଆଯିବାକୁ ସେ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ମଞ୍ଚ ପକ୍ଷରୁ ସେ ଚେତାବନୀ ଦେଇଛନ୍ତି ।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0