ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଖେଳାଳିମାନଙ୍କ ମଧ୍ୟରେ ଅଲ୍ ରାଉଣ୍ଡର ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ରବିନ୍ଦ୍ର ଜାଡେଜା । ଆଇପିଏଲରେ ରବିନ୍ଦ୍ର ଜାଡେଜାଙ୍କ ଜଲୱା ମଧ୍ୟ ଦେଖିବାକୁ ପାଇଛନ୍ତି ଦର୍ଶକ । ୧୯ ସେପ୍ଟେମ୍ବରରେ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲ-୨୦୨୦ରେ ଜାଡେଜା ଏକ ରେକର୍ଡର ଅଧିକାରୀ ହେବାକୁ ଯାଉଛନ୍ତି । ଏବେ ସୁଦ୍ଧା ୧୭୦ଟି ଆଇପିଏଲ ମ୍ୟାଚ୍ ଖେଳିସାରିଥିବା ଜାଡେଜା ୨୦୦୦ ରନ୍ ପୂରା କରିବା ପାଇଁ କେବଳ ୭୩ ରନ ପଛରେ ରହିଛନ୍ତି । ଏହି ସିଜିନରେ ୭୩ ରନ୍ ପୁରା କରିସାରିବା ପରେ ଜାଡେଜା ଏକ ନୂଆ ରେକର୍ଡ କରିବେ । ପ୍ରଥମ ଅଲରାଉଣ୍ଡର ଭାବେ ଆଇପିଏଲରେ ୨୦୦୦ ରନ୍ ପୂରା କରିବା ସହ ୧୦୦ ୱିକେଟ୍ ଅକ୍ତିଆର କରିଥିବା ଲିଷ୍ଟର ଶୀର୍ଷରେ ରହିବେ ଜାଡେଜା ।
ରବିନ୍ଦ୍ର ଜାଡେଜାଙ୍କ ଆଇପିଏଲ୍ କ୍ୟାରିୟର ସିଏସ୍କେ ସହିତ ଭଲ ରହିଛି। ୨୦୦୯ରେ ୯.୭୨ କୋଟି ଟଙ୍କାରେ କିଣିଥିଲା ଚେନ୍ନାଇ ସୁପର କିଙ୍କସ୍ । ପ୍ରତି ସିଜନ୍ରେ ଜାଡେଜା ଅତିକମ୍ରେ ୧୦ଟି ଓ୍ବିକେଟ ଅକ୍ତିଆର କରିଛନ୍ତି । ଜାଡେଜାଙ୍କ ବେଷ୍ଟ ସ୍କୋର୍ ୪୮ ଓ ଷ୍ଟ୍ରାଇକ୍ ରେଟ୍ ୧୨୨.୫୮ ରହିଛି । ଏହାସହ ସେ ଭଲ ଫିଲ୍ଡିଂ ମଧ୍ୟ କରନ୍ତି । ଜାଡେଜାଙ୍କ ସାଥି ଖେଳାଳି ଶେନ୍ ଓ୍ବାଟସନ୍ ଆଇପିଏଲରେ ୩୫୭୫ ରନ୍ କରିଥିବା ବେଳେ ୯୨ଟି ଓ୍ବିକେଟ୍ ଅକ୍ତିଆର କରିଛନ୍ତି । ଯଦି ଓ୍ବାଟସନ୍ ଆଉ ୮ଟି ଓ୍ବିକେଟ ନେବାରେ ସକ୍ଷମ ହୁଅନ୍ତି ତେବେ ଲିଷ୍ଟର ଶୀର୍ଷକୁ ଯାଇପାରିବେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0