spot_img

ସେନାର ସୋସିଆଲ ମିଡିଆ ଓ ମୋବାଇଲ ଆପ୍ ବ୍ୟବହାର ଉପରେ ଲାଗିଲା କଟକଣା ।

ନୂଆଦିଲ୍ଲୀ: ସୋସିଆଲ ମିଡିଆରୁ ହଟିବେ ଯବାନ । ଫେସବୁକ ଓ ଇନଷ୍ଟାଗ୍ରାମ ଭଳି ଆକାଉଂଟକୁ ବନ୍ଦ କରିବା ସହ ଟିକଟକ ଓ ଟ୍ରୁ କଲର ଭଳି ୮୯ଟି ଆପକୁ ହଟାଇବା ପାଇଁ ମଧ୍ୟ ସେନାକୁ ନିର୍ଦ୍ଦେଶ ଦିଆଯାଇଛି । ଜୁଲାଇ ୧୫ ତାରିଖ ସୁଦ୍ଧା ଦେଶର ପ୍ରାୟ ୧୩ ଲକ୍ଷ ସୈନିକଙ୍କୁ ଏସବୁ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଓହରିବା ସହ ନିର୍ଦ୍ଧାରିତ ଆପଗୁଡିକୁ ନିଜ ମୋବାଇଲରୁ ହଟାଇ ଦେବାପାଇଁ କୁହାଯାଇଛି । ସୁରକ୍ଷା ଦୃଷ୍ଟିକୋଣରୁ ଓ ସମ୍ବେଦନଶୀଳ ତଥ୍ୟ ଚୋରି ହେବାର ଆଶଙ୍କା ଥିବାରୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦେଶ ଅମାନ୍ୟ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ କୁହାଯାଇଛି । ବ୍ୟାନ୍ ହୋଇଥିବା ୮୯ଟି ଆପ୍ ମଧ୍ୟରେ ପୂର୍ବରୁ କେନ୍ଦ୍ର ସରକାର ପ୍ରତିବନ୍ଧ ଲଗାଇଥିବା ୫୯ ଚାଇନା ଆପ ବି ସାମିଲ ଅଛି । ପାକିସ୍ତାନ ଓ ଚୀନର ଗୁଇନ୍ଦା ଏଜେନ୍ସି ଗୁଡିକ ଦ୍ୱାରା ଭାରତୀୟ ଯବାନଙ୍କୁ ଟାର୍ଗେଟ କରାଯାଉଥିବାରୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ବ୍ୟାନ ହୋଇଥିବା ଆପ୍ଲିକେସନରେ ଟିଣ୍ଡର ଓ କାଉଛ ସର୍ଫିଙ୍ଗ ଭଳି ଡେଟିଂ ଆପ ସହ ଡେଲିହଂଟ ଭଳି ନ୍ୟୁଜଆପ୍ ମଧ୍ୟ ରହିଛି । ପୂର୍ବରୁ ସ୍ଥଳସେନାର ଅଧକାରୀମାନେ କୌଣସି ସରକାରୀ ସୂଚନା ଆଦାନ ପ୍ରଦାନ ପାଇଁ ହ୍ୱାଟ୍ସଆପର ବ୍ୟବହାର ଉପରେ କଟକଣା ଲଗାଯାଇଥିଲା ।  ନିର୍ଦ୍ଦେଶ ରହିଥିଲା । ପାକିସ୍ତାନ ଆଇଏସଆଇର ହନିଟ୍ରାପରେ ପଡି ଭାରତୀୟ ଯବାନ ସେନା ସଂପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ କରିବାର ଅଭିଯୋଗ ପୂର୍ବରୁ ଆସିଛି । ଫେସବୁକ କିମ୍ବା ଇନଷ୍ଟାଗ୍ରାମରେ ନିଜ ରହଣୀସ୍ଥଳର ଫଟୋ ପୋଷ୍ଟ କରି ଅନେକ ଯବାନ କୋର୍ଟ ମାର୍ସାଲ ବି ହୋଇଛନ୍ତି । ତେଣୁ ଜାତୀୟ ନିରାପତ୍ତା ଦୃଷ୍ଟିରୁ ଏଭଳି ପଦକ୍ଷେପକୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular