ଭୁବନେଶ୍ୱର ୦୯/୦୭ : ଆସନ୍ତକାଲି ଠାରୁ ଭୁବନେଶ୍ୱର ଏମ୍ସର ଓପିଡି ବନ୍ଦ ରହିବ । ଏନେଇ ଏମ୍ସ ନିର୍ଦ୍ଦେଶିକା ବି.ଗୀତାଞ୍ଜଳି ସୂଚନା ଦେଇଛନ୍ତି । ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ଓପିଡି ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ହସ୍ପିଟାଲର କିଛି କର୍ମଚାରୀ ଏବଂ ଚିକିତ୍ସାଧୀନ ରୋଗୀ କରୋନାରେ ଆକ୍ରାନ୍ତ ଥିବା ଜଣାପଡିବ ପରେ ଏହିଭଳି ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ଲଗାତାର ବୃଦ୍ଧି ପାଇବାରେ ଲାଗିଛି । ପ୍ରତିଦିନ ଯେକୌଣସି ଘରୋଇ ହସ୍ପିଟାଲ କିମ୍ବା ସରକାରୀ ହସ୍ପିଟାଲରୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି ଜ୍ଝ ଏହିଭଳି ସ୍ଥିତିରେ ସଂକ୍ରମଣ ରୋକିବାକୁ ଏମ୍ସ ନିର୍ଦେଶିକା ଓପିଡି ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0