ମୁମ୍ବାଇ: ବହୁ ଚର୍ଚ୍ଚିତ ସୁଶାନ୍ତ ସିଂହ ରାଜପୁତ ମାମଲାରେ ପ୍ରତ୍ୟେକ ଦିନ ଏକ ନୂଆ ମୋଡ଼ ସୃଷ୍ଟି ହେବାରେ ଲାଗିଛି । ଇତି ମଧ୍ୟରେ ମୁଜାଫରପର ଜିଲ୍ଲା କୋର୍ଟ ଆଜି ଏକ ବଡ଼ ନିଷ୍ପତି ଶୁଣାଇଛନ୍ତି। କୋର୍ଟଙ୍କ ଆଦେଶକ୍ରମେ ୮ଜଣ ସେଲିବ୍ରିଟି ଉକ୍ତ ଜିଲ୍ଲା କୋର୍ଟରେ ହାଜର ହେବେ ଅଥବା ସେମାନେ ନିଜ ଓକିଲଙ୍କ ମାଧ୍ୟମରେ ହାଜର ହୋଇପାରିବେ ।
ସୂଚନା ଅନୁସାରେ, ଜିଲ୍ଲା କୋର୍ଟଙ୍କ ଆଦେଶକ୍ରମେ ସଲମାନ ଖାନ, କରଣ ଜୋହର, ଆଦିତ୍ୟ ଚୋପଡ଼ା, ସାଜିଦ ନଦିଆଓ୍ବାଲା, ସଞ୍ଜୟ ଲୀଳା ଭଂସାଲୀ, ଏକତା କପୁର, ଭୂଷଣ କୁମାର ଓ ଦୀନେଶ ବିଜୟନ ଅକ୍ଟୋବର ୭ରେ କୋର୍ଟରେ ହାଜର ହେବେ। ଏହା ବାଦ୍ ଏ ସମସ୍ତଙ୍କୁ କୋର୍ଟ ନୋଟିସ୍ ମଧ୍ୟ ପଠାଯାଇଛି। ଏମାନଙ୍କ ବିରୋଧରେ ଆଡଭୋକେଟ୍ ସୁଧୀର ଓଝା ଅଭିଯୋଗ ଆଣିଥିଲେ। ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ପରିବାରବାଦକୁ ଦର୍ଶାଇ ଏମାନଙ୍କୁ ଦୋଷୀ ବୋଲି ସୁଧୀର ଦର୍ଶାଇ ଥିଲେ ।
ଇତିମଧ୍ୟରେ ସୁଶାନ୍ତ ସିଂହଙ୍କ ମୃତ୍ୟୁ ତଦନ୍ତରେ ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିବା ପରେ ଏନସିବି ରିୟା, ତାଙ୍କ ଭାଇ ସୌଭିକ, ସାମୁଏଲ ମିରାଣ୍ଡା, ଦୀପେଶ ସାଓ୍ବନ୍ତ ଙ୍କୁ ଗିରଫ କରିସାରିଛି।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0