ଭୁବନେଶ୍ୱର: ତିର୍ତ୍ତୋଲର ବରିଷ୍ଠ ନେତା ରାଜକିଶୋର ବେହେରା ଗତକାଲି କଂଗ୍ରେସ ଦଳ ଛଡ଼ିଥିଲେ ଏବଂ ସେ ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ଆଗକୁ ତିର୍ତ୍ତୋଲ ଉପ-ନିର୍ବାଚନ ହେବାକୁ ଥିବା ବେଳେ ତିର୍ତ୍ତୋଲର ବରିଷ୍ଠ ନେତା ରାଜ କିଶୋର ବେହେରା କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି, ଯାହାଫଳରେ କଂଗ୍ରେସକୁ ଆଉ ଏକ ଝଟକା ଲାଗିଛି । ଏନେଇ ସେ କାଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ରାଜକିଶୋର ବେହେରା ଗତକାଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ନିଜର ଇସ୍ତଫା ପତ୍ର ପଠାଇ ଦଳ ତ୍ୟାଗ କରିଥିଲେ । ତେବେ ଆଜି ସେ ବିଦ୍ଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ଆଗାମୀ ତିର୍ତ୍ତୋଲ ଉପ-ନିର୍ବାଚନରେ ସେ ବିଜେପି ପକ୍ଷରୁ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0