spot_img

କଟକ ସହରରୁ ଆଜି ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: ଆଜି କଟକ ସହରରୁ ମୋଟ ୩୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରେ ୧୪୯ ଜଣ ସଂଗରୋଧ ଓ ୧୭୬ ଜଣ ସ୍ଥାନୀୟ ସଂକ୍ରମଣ ଯୋଗୁଁ ସଂକ୍ରମିତ ହୋଇଛନ୍ତି । କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ, ଆଜି କଟକ ଜିଲ୍ଲାରୁ ମୋଟ ୪୯୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ କଟକ ସହରରୁ ୩୨୫ ଅଛନ୍ତି । ତେବେ ଏଯାଏଁ କଟକ ସହରରୁ ୯ ହଜାର ୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୬ ହଜାର ୬୧୨ ଜଣ ସୁସ୍ଥ ହୋଇସାରିଛନ୍ତି । ଏବେ ୨ ହଜାର ୩୯୭ ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ୩୬ ଜଣଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular