spot_img

ବରମୁଣ୍ଡାରେ ଆଧୁନିକ ଶୈଳୀରେ ନିର୍ମାଣ ହେବ ବସ ଟର୍ମିନାଲ

ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡ ହେବ ଆନ୍ତଃରାଜ୍ୟ ବସ ଟର୍ମିନାଲ । ରାଜ୍ୟର ବିଭିନ୍ନ ସ୍ଥାନରୁ ବସ୍ ରହିବ ବରମୁଣ୍ଡାରେ । ଭୁବନେଶ୍ୱର ଡେଭଲପମେଣ୍ଟ ଅଥରିଟି- ବିଡିଏ ପକ୍ଷରୁ ଏନେଇ ଯୋଜନା ପ୍ରସ୍ତୁତ ହୋଇ ଆଜିଠାରୁ କାମ ଆରମ୍ଭ ହୋଇଛି । ଏଥିପାଇଁ ବହୁତ ସ୍ଥାନ ଆବଶ୍ୟକ ରହିଛି। ସେଥିପାଇଁ ଯେଉଁମାନେ ସରକାରୀ ସ୍ଥାନକୁ କବଜା କରି ରହିଛନ୍ତି ପ୍ରଥମେ ସେମାନଙ୍କୁ ଉଚ୍ଛେଦ କରାଯାଉଛି । ତେବେ ଉଚ୍ଛେଦ ପରେ ଉନ୍ନୟନ କାମ ଆରମ୍ଭ ହେବ । କିନ୍ତୁ ବିନା କୌଣସି ପ୍ରତିଶ୍ରୁତି ଓ ଥଇଥାନରେ ଉଚ୍ଛେଦ ଅଭିଯାନକୁ ବିରୋଧ କରୁଛି ଗୋପବନ୍ଧୁ କ୍ଷୁଦ୍ର ବ୍ୟବସାୟୀ ସଂଘ । ବସଷ୍ଟାଣ୍ଡରେ ଦୀର୍ଘ ୨୫ବର୍ଷ ଧରି ବ୍ୟବସାୟ କରି ଗୁଜରାଣ କରୁଥିବା ପ୍ରାୟ ୧୩୦ଜଣ ବ୍ୟବସାୟୀ ଏବେ ଚିନ୍ତାରେ । କିନ୍ତୁ ସେପଟେ ଜିଦରେ ଅଟଳ ରହିଛି ବିଡିଏ । ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କଲେ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଛି ବିଡିଏ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular