କୁଚିଣ୍ଡା: ସିଲଭର ହଣ୍ଡା ଭିତରେ ପଡି ଶିଶୁ କନ୍ୟା ମୃତ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୁଚିଣ୍ଡା ଥାନା ଡୁମେରମୁଣ୍ଡା ଗ୍ରାମରେ । ଗ୍ରାମର ଶୁଶିଲ ସୋରେନଙ୍କ ୧ବର୍ଷ ଶିଶୁ କନ୍ୟା ଖେଳୁଥିବା ସମୟରେ ହଠାତ୍ ପାଣି ଭର୍ତ୍ତି ଥିବା ଏକ ସିଲଭର ହଣ୍ଡା ଭିତରେ ପଡିଯାଇଥିଲା । ତେବେ କିଛିି ସମୟ ଭିତରେ ପରିବାର ଲୋକେ ଶିଶୁଟିକୁ ଉଦ୍ଧାର କରି କୁଚିଣ୍ଡା ମେଡିକାଲକୁ ଆଣିଥିଲେ । କିନ୍ତୁ ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0