ଜୋର ଧରିଲା ବିହାର ରାଜନୀତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୁଆ ନୁଆ ଘୋଷଣା କରାଯାଉଛି । ଏକଥା ଆଉ ବୁଝିବାରେ ଅସୁବିଧା ହେବ ନାହିଁ । ଏଥିସହ ବିହାର ରାଜନୀତି ନିର୍ଦ୍ଧାରିତ ସମୟରେ ହେବ । ଭାରତୀୟ ରାଜନୀତିରେ ୟୁପି ପରେ ବିହାର କୁ ଅଧିକ ଗୁରୁତ୍ୱ ଦିଆଯାଉଛି । ତେଣୁ ଏହି ରାଜ୍ୟର କ୍ଷମତା ହାସଲ କରିବା ଏବଂ କ୍ଷମତା ବଜାୟ ରଖିବା ଉଭୟ ଶାସକ ଓ ବିରୋଧୀ ଗୋଷ୍ଠୀ ପାଇଁ ସମାନ ପ୍ରଶ୍ନ । ଦେଶରେ ସାଧାରଣ ନିର୍ବାଚନ ହେଉ କି ରାଜ୍ୟରେ ବିଧାନସଭା ନିର୍ବାଚନ ରାଜନୀତି ରେ ଦଳ ବଦଳ ଏକ ସାଧାରଣ କଥା ହୋଇଥାଏ । ସେହିପରି ରାଜନମୀତି ରେ ଆଉ ଏକ ପ୍ରଥା ରହିଛି ପରିବାର ସହ ନିଜ ପିଲାମାନଙ୍କୁ ଥଇଥାନ କରିବା । ଯଦି ଆମେ ବିହାର ରାଜନୀତିକୁ ଅନୁଧ୍ୟାନ କରିବା ତେବେ ସବୁ ରାଜନେତା ଅନ୍ତିମ ଅବସ୍ଥାରେ ଅର୍ଥାତ ପରିଣତ ବୟସରେ ପହଂଚିବାକୁ ଲାଗିଲେଣି । ତେଣୁ ଏହି ନିର୍ବାଚନ କେତେକଙ୍କ ପାଇଁ ଶେଷ ନିର୍ବାଚନ ହୋଇଥିବାବେଳେ କେତେକ ରାଜନେତା ସମୟ ପୁର୍ବରୁ ନିଜ ପରିବାର ସଦସ୍ୟ ଅର୍ଥାତ ଥଇଥାନ କରିବାକୁ ଚାହିଁ ବସିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0