spot_img

କରୋନା ଯୋଗୁଁ ଶୀଘ୍ର ଶେଷ ହୋଇପାରେ ସଂସଦ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଅକ୍ଟୋବର ଏକ ତାରିଖ ପୂର୍ବରୁ ଶେଷ କରିବା ପାଇଁ ବିଚାର କରାଯାଉଛି । ଲୋକସଭା ବିଏସି ବୈଠକରେ ଏହି ବିଷୟରେ ଚର୍ଚ୍ଚା ହେବାର ସମ୍ଭାବନା ଅଛି । ସରକାର ଓ ବିପକ୍ଷ ଦଳ ମଧ୍ୟରେ ଏହି ବିଷୟକୁ ନେଇ ଆଗରୁ ଚର୍ଚ୍ଚା ହୋଇଛି । ଦୁଇ ମନ୍ତ୍ରୀ ଓ ଜଣେ ବିଜେପି ସାଂସଦ ଅଧିବେଶନ ଚାଲିଥିବା ସମୟରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ତେଣୁ ଅଧିବେଶନକୁ ଧାର୍ଯ୍ୟ ସମୟସୀମା ପୂର୍ବରୁ ଶେଷ କରିବାକୁ ବିଚାର କରାଯାଉଛି ।
ସଂସଦର ଅଧିବେଶନ ଆସନ୍ତା ସପ୍ତାହ ମଙ୍ଗଳବାର ଓ ବୁଧବାର ସୁଦ୍ଧା ସମାପ୍ତ ହୋଇଯିବାର ସମ୍ଭାବନା ଅଛି । ବିଜେପି ସାଂସଦ ବିନୟ ସହସ୍ତ୍ରବୁଦେ୍ଧ ରାଜ୍ୟସଭାରେ ଭାଷଣ ଦେବା ପରେ କରୋନା ପଜିଟିଭ୍ ଥିବା ସୂଚନା ମିଳିଥିଲା । ପରେ ପରେ ନିତିନ ଗଡ଼କାରୀ ଓ ପ୍ରହଲ୍ଲାଦ ପଟେଲ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular