spot_img

ଏହି କାରଣରୁ ଅଧ୍ୟୟନ ସୁମନ କଙ୍ଗନାଙ୍କ ସମର୍ଥନ କରୁଛନ୍ତି

ମୁମ୍ବାଇ: ନିଜର ସାହାସ ଓ ନିର୍ଭୀକ ଭାବରେ ନିଜ କଥାକୁ ରଖିବା ନେଇ ସାରା ଦେଶରେ କଙ୍ଗନା ରଣାୱାତ ବେଶ ପରିଚିତ । ସୁଶାନ୍ତ ସିଂହ ମୃତୁ୍ୟ ପରେ କଙ୍ଗନା ପୂର୍ବରୁ ଚାଲିଆସୁଥିବା ବଲିଉଡ଼ ନେପୋଟିଜିମକୁ ନେଇ ମନ୍ତବ୍ୟ ଦେଇଥିଲେ । ଏହି ମନ୍ତବ୍ୟ ରଖି କଙ୍ଗନା ବିଭିନ୍ନ ବିିବାଦରେ ଛନ୍ଦି ହେଇଯାଇଥିଲେ । ଇତି ମଧ୍ୟରେ କଙ୍ଗନା ନିର୍ଭୀକ ଭାବରେ ନିଜର କଥା ରଖି ପୁଣିଥରେ ବିବାଦରେ ଛନ୍ଦି ହୋଇଯାଇଛନ୍ତି । ଅନ୍ୟପଟେ କଙ୍ଗନାଙ୍କ ପୁରୁଣା ପୁରୁଷ ବନ୍ଧୁ ଅଧ୍ୟୟନ ସୁମନ ତାଙ୍କ ସମର୍ଥନରେ ବାହାରିଛନ୍ତି । ଅଧ୍ୟୟନଙ୍କ କହିବା ଅନୁସାରେ, କଙ୍ଗନା ଜଣେ ସଫଳତମ ଅଭିନେତ୍ରୀ ଏବଂ ସେ ସମସ୍ତଙ୍କ ଘରେ ଘରେ ବେଶ ପରିଚିତ । କଙ୍ଗନା ଲୋକପ୍ରିୟ ହେବା ପାଇଁ ଏଭଳି ମନ୍ତବ୍ୟ ଦେଉଛନ୍ତି ତାହା କହିବା ଠିକ ନୁହେିଁ ଏବଂ ଏପରି କହିବା ପଛରେ ତାଙ୍କର କିଛି ଉଦେ୍ଦଶ୍ୟ ଅଛି ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular