spot_img

ଖୁବଶୀଘ୍ର ଭାରତରେ ଗଡ଼ିବ ମୋଗଲବ ଟ୍ରେନ

ନୂଆଦିଲ୍ଲୀ: ବୁଲେଟ ଟ୍ରେନ ପରେ ଏବେ ଖୁବଶୀଘ୍ର ଭାରତରେ ଗଡ଼ିବାକୁ ଯାଉଛି ମୋଗଲବ ଟ୍ରେନ । ଏଥିପାଇଁ ସରକାରୀ କମ୍ପାନୀ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡ଼(ଭେଲ) ସ୍ୱିସ ରେପିଡ଼ ଏଜିଙ୍କ ସହିତ ବୁଝାମଣା କରିଛି । ଏନେଇ ବିଏଚଇଏଲ ସୂଚନା ଦେଇଛି । ମୋଗଲବ ମୁଖ୍ୟତଃ ଦୁଇଟି ଶବ୍ଦକୁ ନେଇ ଗଠିତ । ମେଗ୍ନେଟିକ ଲେବିଟେଶନ ଅର୍ଥାତ ଚୁମ୍ବକୀୟ ଶକ୍ତି ଦ୍ୱାରା ଟ୍ରେନକୁ ପବନରେ ଉପରକୁ ଉଠାଇ ଚଲାଇବା ।

maglev_660_052318103012

ମେଗ୍ନେଟିକ ଲେବିଟେଶନ ଦ୍ୱାରା ଟ୍ରେନ ଚଳାଇବା ପାଇଁ ରେଳ ମନ୍ତ୍ରାଳୟ ପିପିପି ସହିତ ମିଶି ଏହି ମୋଗଲବ ଟ୍ରେନ ବିଷୟରେ ଯୋଜନା କରୁଛି । ଏହି ମୋଗଲବ ଟ୍ରେନ ଟ୍ରାକରେ ଗଡ଼ିବା ପରିବର୍ତ୍ତେ ପବନରେ ରହିଥାଏ । ଏହି ଟ୍ରେନ ଘଣ୍ଟା ପ୍ରତି ୫୦୦ରୁ ୮୦୦ କିମି ବେଗରେ ଚାଲିବ । ସୂଚନା ମୁତାବକ, ମୋଦୀ ସରକାର ବେଙ୍ଗଲୁରୁ-ଚେନ୍ନାଇ, ହାଇଦ୍ରାବାଦ-ଚେନ୍ନାଇ, ଦିଲ୍ଲୀ-ଚଣ୍ଡିଗଡ଼ ଓ ନାଗପୁର-ମୁମ୍ବାଇ ମଧ୍ୟରେ ଏହି ଟ୍ରେନ ଚଳାଚଳ କରିବାକୁ ଯୋଜନା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular