ଜୟପୁର: ବହୁ ପ୍ରତିକ୍ଷାର ଅନ୍ତଘଟି ଅଯୋଦ୍ଧାରେ ରାମମନ୍ଦିର କାର୍ଯ୍ୟ ଆରମ୍ଭ ହୋଇଛି । ନିର୍ମାଣ ନିମନ୍ତେ ଭରତପୁର ଜିଲ୍ଲାର ବନ୍ଧ ବନେଥା ବନ୍ୟପ୍ରାଣୀ ଅଭୟାରଣ୍ୟର ବଂଶୀ ପାହାଡ଼ପୁର ଅଞ୍ଚଳର ଖାଦନଗୁଡ଼ିକରୁ ଅଯୋଦ୍ଧାକୁ ପଥର ଆସୁଛି । ଏଥିପାଇଁ ରାଜସ୍ଥାନ ସରକାର ଆଇନସିଦ୍ଧ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି । ସୂଚନା ଅନୁସାରେ, ବିଶ୍ବ ହିନ୍ଦୁ ପରିଷଦ୍ ଅଭିଯୋଗ କ୍ରମେ ସେପ୍ଟେମ୍ବର ୬ ଓ ୭ ତାରିଖରେ ଭରତପୁର ଜିଲ୍ଲା ପ୍ରଶାସନ ଚଢ଼ାଉ କାରଣରୁ ପଥର ଯୋଗାଣ ବନ୍ଦ ହୋଇଯାଇଛି । ଜିଲ୍ଲା ପ୍ରଶାସନର ଦାବି ଅନୁସାରେ ବଂଶୀ ପାହାଡ଼ପୁରରୁ ବେଆଇନ ଭାବେ ପଥର ଖୋଳା ହେଉଛି । ଏ ସଂକ୍ରାନ୍ତରେ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁବୋଧ ଅଗ୍ରୱାଲଙ୍କ କହିବା ଅନୁସାରେ ସେଠାରେ ଖାଦନକୁ ବୈଧ୍ୟ କରିବାକୁ ରାଜସ୍ଥାନ ସରକାର ଏ ମାସ ଶେଷ ସୁଦ୍ଧା ଜଙ୍ଗଲ ଜମି ବିଜ୍ଞପ୍ତି ରଦ୍ଦ ନିମନ୍ତେ ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟକୁ ପ୍ରସ୍ତାବ ପଠାଇବେ । ଏହା ଲୋକମାନଙ୍କୁ କର୍ମସଂସ୍ଥାନ ଯୋଗାଇବ ଏବଂ ରାଜ୍ୟ ରାଜସ୍ବ ଉପାର୍ଜନ କରିବ ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0