ଦୁର୍ଘଟଣାରେ ପୋଖରୀ ମଝିରେ ଗଳି ପଡିଲା ଅଟୋ, ଅଳ୍ପକେ ବର୍ତ୍ତିଗଲେ ମାଆ-ଝିଅ। ନୀଳଗିରିରୁ ସନ୍ତରଗଡ଼ିଆ ରାସ୍ତାର ନୀଳଗିରିର କଦମ୍ବସାହି ନିକଟରେ ରାସ୍ତା କଡ଼ରେ ଷ୍ଟାର୍ଟ ବନ୍ଦ ହୋଇଯାଇଥିଲା। ଅଟୋଟି ଖରାପ ହେବାରୁ ରାସ୍ତା କଡରେ ରଖା ଯାଇଥିଲା। ଏହି ସମୟରେ ଅଟୋଟି ଗଡ଼ିଗଡ଼ି ପୋଖରୀ ଭିତରକୁ ଗଳି ପଡିଥିଲା। ଅଟୋରେ ବସିଥିବା ଦୁଇଜଣ ଯାତ୍ରୀ ମା ଓ ଝିଅ ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବର୍ତିଯାଇଛନ୍ତି।
ସୂଚନା ଅନୁଯାୟୀ ଉଭୟ ମା ଓ ଝିଅ ଡାକ୍ତରଙ୍କୁ ରୋଗ ଦେଖାଇ ଫେରିବା ବେଳେ ଏଭଳି ଦୁର୍ଘଟଣା ଘଟିଛି। ଅଟୋ ଡ୍ରାଇଭର ଅଟୋରେ ଯାତ୍ରୀଙ୍କୁ ବସାଇ ବାହାରକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଛି। ଅଟୋ ଡ୍ରାଇଭରର ଅସାବଧନତା ଯୋଗୁଁ ଏଭଳି ହୋଇଥିବା ଯାତ୍ରୀ ଦୁଇଜଣ କହିଛନ୍ତି।



Visitors Today : 1
Total Visitors : 130540
Total Views : 9892090
Visitors Online Now : 0