ଭୁବନେଶ୍ୱର: କରୋନା ଭାଇରସ ମହାମାରୀରୁ ଆଜି ୪୦୯୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪୧ ହଜାର ୬୫୭ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୦୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ପୁରୀ ଜିଲ୍ଲାରୁ ୪୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କଟକ ଜିଲ୍ଲାରୁ ୩୭୧ ଜଣ, ବରଗଡ଼ ଜିଲ୍ଲାରୁ ୧୬୯ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୫୫ ଜଣ, କେନ୍ଦ୍ରାପଡ଼ା, ରାୟଗଡ଼ା ଜିଲ୍ଲାରୁ ୧୪୫ ଜଣ ଲେଖାଏଁ, ଯାଜପୁର ଜିଲ୍ଲାରୁ ୧୩୯ ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୨୩ ଜଣ, ଜଗତସିଂହପୁର ଜିଲ୍ଲାରୁ ୧୨୧ ଜଣ, କୋରାପୁଟ ଜିଲ୍ଲାରୁ ୧୨୦ ଜଣ, ମୟୂରଭଂଜ ଜିଲ୍ଲାରୁ ୧୧୫ ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ ୧୧୦ ଜଣ ଓ ଭଦ୍ରକ ଜିଲ୍ଲାରୁ ୧୦୪ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।ସେହିପରି କେନ୍ଦୁଝର ଜିଲ୍ଲାରୁ ୯୨ ଜଣ, ବାଲେଶ୍ୱର ଜିଲ୍ଲାରୁ ୯୧ ଜଣ, ନୟାଗଡ଼ ଜିଲ୍ଲାରୁ ୮୩ ଜଣ, ନୂଆପଡ଼ା ଜିଲ୍ଲାରୁ ୭୮ ଜଣ, ଅନୁଗୁଳ ଜିଲ୍ଲାରୁ ୬୬ ଜଣ, ଗଂଜାମ ଜିଲ୍ଲାରୁ ୫୬ ଜଣ, ଢେଙ୍କାନାଳ ଜିଲ୍ଲାରୁ ୫୦ ଜଣ, କଳାହାଣ୍ଡି, ମାଲକାନଗିରି ଜିଲ୍ଲାରୁ ୪୪ ଜଣ ଲେଖାଏଁ, କନ୍ଧମାଳ ଜିଲ୍ଲାରୁ ୩୮ ଜଣ, ବୌଦ୍ଧ, ଗଜପତି ଜିଲ୍ଲାରୁ ୧୮ ଜଣ ଲେଖାଏଁ, ଦେବଗଡ଼ ଜିଲ୍ଲଶରୁ ୧୪ ଜଣ ଓ ଷ୍ଟେଟ ପୁଲରୁ ୨୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0