spot_img

ସୁନ୍ଦରଗଡରେ ମାତିଛନ୍ତି ହାତୀପଲ

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ହାତୀ ଉପଦ୍ରବ । ଜଙ୍ଗଲ ଛାଡ଼ି ଗାଁ ମୁହାଁ ହାତୀ ପଲ । ପାଖାପଖି ୫୦ଟି ହାତୀ ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ଏବଂ କୁତ୍ରା ବ୍ଲକ ଅଞ୍ଚରେ ଆତଙ୍କ ସୃଷ୍ଟି କରିଛନ୍ତି । ଫଳରେ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି । ଦିନ ସାରା ହାତୀପଲ ପାହାଡ଼ରେ ରହୁଥିବା ବେଳେ ରାତି ହେଲେ ଗାଁ ଭିତରକୁ ପସିଆସୁଛନ୍ତି । ଗାଁ ଲୋକ ଏବଂ ବନ ବିଭାଗ କର୍ମଚାରୀ ହାତୀ ପଲଙ୍କୁ ଘଉଡ଼ାଇବାକୁ ଚେଷ୍ଟା କଲେ ମଧ୍ୟ ସେମାନେ ସେ ଅଞ୍ଚଳ ଛାଡ଼ି ଯାଉନାହାନ୍ତି । ସେହିପରି କୁତ୍ରା ବ୍ଲକ କୁସୁମଡ଼େଗି ଅଞ୍ଚଳରେ ଆଉ ଏକ ହାତୀ ପଲ ଆତଙ୍କ ଖେଳାଇଛନ୍ତି । ସନ୍ଧ୍ୟା ହେଲେ ଗାଁ ଭିତରକୁ ପସିି ଧାନ ଫସଲ ମଧ୍ୟ ନଷ୍ଟ କରୁଛନ୍ତି । ତେବେ ଏହି ହାତୀ ପଲ ସମ୍ବଲପୁର ଜିଲ୍ଲା ବାମଡ଼ା ଫରେଷ୍ଟ ରେଞ୍ଜର ବଡ଼ରମା ରିଜର୍ଭ ଫରେଷ୍ଟ ଅଞ୍ଚଳରୁ ଆସିଥିବା ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular