ଲକ୍ଷ୍ନୌ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୈଷୟିକ ଶିକ୍ଷା ବିଭାଗରେ ୩୧ ହଜାର ୬୬୧ ସହାୟକ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ନେଇ ଏବେ ଆକ୍ସନ ମୁଡ଼ରେ । ମୁଖ୍ୟମନ୍ତ୍ରୀ ଯୋଗୀ ୩୧ ହଜାର ୬୬୧ ଶିକ୍ଷକମାନଙ୍କୁ ନିଯୁକ୍ତି ପତ୍ର ନିଜେ ପ୍ରଦାନ କରିବେ । ଜିଲ୍ଲାମାନଙ୍କରେ ଖୁବଶୀଘ୍ର ଏହି ନିଯୁକ୍ତି ପତ୍ର ପ୍ରଦାନ କରିବାର କାର୍ଯ୍ୟକ୍ରମ ଆରମ୍ଭ ହେବ । ମିଳିଥିବା ସୂଚନା ଅନୁଯାୟୀ, ଏହି ନିଯୁକ୍ତି ପତ୍ର ପ୍ରଦାନ କରିବା ପ୍ରକ୍ରିୟା ଏକ ସପ୍ତାହ ମଧ୍ୟରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି । ବର୍ତ୍ତମାନ ସୁଦ୍ଧା ଯୋଗୀ ସରକାର ୫୪ ହଜାର ୭୦୬ ଶିକ୍ଷକ ପଦବୀ ପୁରଣ କରିସାରିଲେଣି । ଏହି ଶିକ୍ଷକ ପଦବୀ ପୁରଣ କରିବାକୁ ଯାଇ ଯୋଗୀ ସରକାର କହିଛନ୍ତି, ପ୍ରଦେଶ ସରକାର ଯୁବକମାନଙ୍କୁ ଚାକିରି ଓ ରୋଜଗାର ପର୍ଯ୍ୟାପ୍ତ ପରିମାଣରେ ଦେବା ପାଇଁ ଦୃଢ ସଂକଳ୍ପ ବଦ୍ଧ । ଗତ ୭ ଜାନୁଆରୀରେ ଶିକ୍ଷା ବିଭାଗ ସାମାନ୍ୟ ବର୍ଗପାଇଁ ୬୫ ପ୍ରତିଶତ, ଏସଟି ଓ ଓବିସି ବର୍ଗମାନଙ୍କ ପାଇଁ ୬୦ ପ୍ରତିଶତ କଟଅଫ ନିର୍ଦ୍ଧାରିତ କରିଥିଲେ । ଏହି ଆଧାରରେ ଏହି ନିଯୁକ୍ତି ଆରମ୍ଭ ହୋଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0