spot_img

ଖୁବଶୀଘ୍ର WhatsAppରେ ‘ମଲ୍ଟି ଡ଼ିଭାଇସ ସପୋର୍ଟ’ ଉପଲବ୍ଧ ହେବ

ନୂଆଦିଲ୍ଳୀ: WhatsAppରେ ଖୁବଶୀଘ୍ର ମଲ୍ଟି ଡ଼ିଭାଇସ ସପୋର୍ଟର ଫିଚର ଉପଳବ୍ଧ ହେବ । ପୂର୍ବରୁ କିଛି ଦିନ ହେବ ଏହାର ପରୀକ୍ଷଣ ଚାଲୁରହିଛି ଏବଂ ଏହି ପରୀକ୍ଷଣ ଶେଷ ପର୍ଯ୍ୟାୟରେ ଉପନୀତ । ଏହି ଫିଚର ବ୍ୟବହାରକାରୀମାନଙ୍କ ପାଇଁ ଅନେକ ଲାଭ ଦାୟକ ହେବ ବୋଲି ଆଶା କରାଯାଉଛି । ମଲ୍ଟି ଡ଼ିଭାଇସ ସପୋର୍ଟ ଫିଚର ଅନେକ ଦିନ ଧରି ବ୍ୟବହାରକାରୀ ଦାବି କରି ଆସୁଥିଲେ । ଏହି ଫିଚର ଉପଲବ୍ଧ ହେବାପରେ ଜଣେ ବ୍ୟବହାରକାରୀ ଏକ ଆକାଉଣ୍ଟରୁ ଅନ୍ୟ ଅନ୍ୟ ଡ଼ିଭାଇସରେ ଲଗଇନ କରିପାରିବେ । ୱେବଟେନଇନଫୋର ଏକ ରିପୋର୍ଟ ଅନୁଯାୟୀ, ଏହି ମଲ୍ଟି ଡ଼ିଭାଇସର କିଛି ପାର୍ଟ ଏବେସୁଧ୍ୟା ତିଆରି ହୋଇନି କିନ୍ତୁ ଏହି ମଲ୍ଟି ଡ଼ିଭାଇସ ସପୋର୍ଟରେ ଉପଲବ୍ଧ ହେବାକୁ ଥିବା ଫିଚର୍ସ ତିଆରି ସରିଛି । ଏହା ମଧ୍ୟରେ ଚ୍ୟାଟ ମ୍ୟୁଟ କରିବାର ଫିଚର ଓ ହିଷ୍ଟ୍ରି ସିଂକ କରିବା ସାମିଲ ଅଛି । ମିଳିଥିବା ସୂଚନା ଅନୁଯାୟୀ, ଏହି ମଲ୍ଟି ଡ଼ିଭାଇସ ସପୋର୍ଟ ଫିଚର ଆସିବା ପରେ ପ୍ରାଇମେରୀ ଆକାଉଣ୍ଟରେ ଏକା ସଙ୍ଗରେ ଚାରୋଟି ଅଲଗା ଅଲଗା ଡ଼ିଭାଇସରେ WhatsApp ଲଗଇନ କରିପାରିବେ । ଏହା ସହିତ ମୋବାଇଲ ଓ ଟ୍ୟାବଲେଟରେ ମଧ୍ୟ ଲଗଇନ କରିପାରିବେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular