spot_img

ଆଜି ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର

ଦୁବାଇ: କୋଭିଡ଼ ଅବଧିରେ ଖେଳାଯାଉଥିବା ଆଇପିଏଲର ୧୩ତମ ସଂସ୍କରଣର ତୃତୀୟ ମ୍ୟାଚରେ କ୍ୟାପଟେନ କୋହଲି ଏବଂ କ୍ୟାପଟେନ ଡ଼େଭିଡ଼ ୱାର୍ଣ୍ଣର ମୁହାଁମୁହିଁ ହେବେ । ବିରାଟ କୋହଲିଙ୍କ ନେତୃତ୍ୱାଧିୀନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ପ୍ରାରମ୍ଭ ମ୍ୟାଚରୁ ବିଜୟ ଅଭିଯାନ ଆରମ୍ଭ କରିବା ଲକ୍ଷରେ ଥିବାବେଳେ ଡ଼େଭିଡ଼ ୱାର୍ଣ୍ଣରଙ୍କ ନେତୃତ୍ୱାଧିୀନ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟ ଭଲ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି । ୨୦୧୬ ରେ ସନରାଇଜର୍ସ ଆଇପିଏଲ ଟ୍ରଫି ନିଜ ନାମରେ କରିଥିଲା । କିନ୍ତୁ ଆଇପିଏଲ ଆରମ୍ଭରୁ ଚ୍ୟାଲେଞ୍ଜର୍ସ ଗୋଟିଏ ଥର ବି ଚମ୍ପିଆନ ହେବାର ସୌଭାଗ୍ୟ ଅର୍ଜନ କରିପାରିନଥିଲା । ତେଣୁ ଚଳିତ ବର୍ଷ ତାର ପ୍ରଥମ ମ୍ୟାଚରୁ ହିଁ ବିଜୟ ଅଭିଯାନ ଆରମ୍ଭ କରିବ ବୋଲି ଚ୍ୟାଲେଞ୍ଜର୍ସ ପ୍ରଶଂସକ ଆଶା ରଖିଛନ୍ତି । ଚ୍ୟାଲେଞ୍ଜର୍ସ ଟିମରେ ବ୍ୟାଟସମ୍ୟାନ ଭାବରେ ବିରାଟ କୋହଲି, ଏବି ଡିଭିଲିୟର୍ସ, କ୍ରିଶ ମୋରିସ ଭଳି ଷ୍ଟାର ଖେଳାଳୀ ଅଛନ୍ତି । ଅନ୍ୟପଟେ ବଲିଂ ବିଭାଗରେ ଉମେଶ ଯାଦବ, ନବଦୀପ ସଇନି ଏବଂ ମହମ୍ମଦ ସିରାଜ ଭଳି ଅନୁଭବୀ ବୋଲର ଟିମରେ ଅଛନ୍ତି । ସେହିପରି ସନରାଇଜର୍ସ ହାଇଦ୍ରାବାଦ ପୁଣିଥରେ ଚମ୍ପିଆନ ହୋଇ ଟ୍ରଫି ନିଜ ନାମରେ କରିବ ବୋଲି ସନରାଇଜର୍ସ ପ୍ରଶଂସକ ଆଶା ରଖିଛନ୍ତି । ସନରାଇଜର୍ସ ଟିମରେ ପ୍ରମୁଖ ଅଲରାଉଣ୍ଡର ଭାବରେ ବିଜୟ ଶଙ୍କର ଓ ମିଚେଲ ମାର୍ଶ ଅଛନ୍ତି । ଅନ୍ୟପଟେ ବଲିଂ ଲାଇନକୁ ଦୃଢ ରଖିବା ପାଇଁ ଭୁବନେଶ୍ୱର କୁମାର, ରସିଦ ଖାନ, ସାହାବାଜ ନଦିମ ଏବଂ ଖଲିଲ ଅହମ୍ମଦ ଭଳି ପ୍ରମୁଖ ବୋଲର ଟିମରେ ଅଛନ୍ତି । ଉଭୟଙ୍କର ପ୍ରଦର୍ଶନକୁ ଦେଖିଲେ କେହି କାହାରିଠୁ କମ ନୁହଁନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular