spot_img

ଦ୍ୱୈତ ନଗରୀରେ ଥିବା କୋଭିଡ୍ ହସ୍ପିଟାଲରେ ଚାଲିଛି ମକଡ୍ରିଲ

ଭୁବନେଶ୍ୱର: କଟକ ଜଗତପୁରସ୍ଥିତ ସଦଗୁରୁ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି । ଆଜି କଟକ, ଭୁବନେଶ୍ୱରରେ ଥିବା କୋଭିଡ୍ ହସ୍ପିଟାଲଗୁଡିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କିଭଳି ରହିଛି ସେ ନେଇ ଯାଞ୍ଚ କରାଯାଉଛି । ଭୁବନେଶ୍ୱରର ସମ ହସ୍ପିଟାଲରେ ଅଗ୍ନିଶମ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ମକଡ୍ରିଲ । ଏହାପରେ କିମ୍ସ କୋଭିଡ ହସ୍ପିଟାଲ , ଏବଂ ଅଶ୍ୱିନୀ ହସ୍ପିଟାଲରେ ଏହି ମକଡ୍ରିଲ କରାଯିବ ବୋଳି ସୂଚନା ମିଳିଛି । ବିଶେଷ କରି ଏସବୁ କୋଭିଡ ହସ୍ପିଟାଲରେ ଥିବା ଅଗ୍ନିନିର୍ବାପକ ଉପକରଣ ଗୁଡିକର ଯାଞ୍ଚ କରାଯିବ । ସେହିପରି ଜରୁରୀ ପରିସ୍ଥିତିରେ ହସ୍ପିଟାଲ କର୍ମଚାରୀ କିଭଳି ଏହି ଉପକରଣ ସଠିକ ଉପଯୋଗ କରିପାରିବେ ସେନେଇ ପ୍ରଶିକ୍ଷଣ ଦିଆଯିବ । ଗତକାଲି ସଦଗୁରୁ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ହୋଇଥିଲା । ପରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଆଜି ୮ ଜଣିଆ ଟିମ୍ ଭୁବନେଶ୍ୱରର ବିଭିନ୍ନ କୋଭିଡ ହସ୍ପିଟାଲରେ ପିପିଇ କିଟ୍ ପିନ୍ଧି ମକଡ୍ରିଲ ଓ ଯାଞ୍ଚ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular