ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢୁଛି ମୃତ୍ୟୁ ସଂଖ୍ୟା । ଦିନକରେ ପୁଣି ୧୧ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁକୁ ନେଇ ମୃତ୍ୟୁ ସଂଖ୍ୟା ୭୨୧ରେ ପହଁଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଜାଣନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କେଉଁ ଜିଲ୍ଲାରୁ କେତେ ମୃତ
ଅନୁଗୁଳ ଜିଲ୍ଲାରୁ ୪ ଜଣ, ବାଲେଶ୍ୱର ୧୯ ଜଣ, ବରଗଡ ୧୨ ଜଣ, ଭଦ୍ରକ ୧୨ ଜଣ, ବଲାଙ୍ଗୀର ୧୭ ଜଣ, କଟକ ୫୯ ଜଣ, ଢେଙ୍କାନାଳ ୨ ଜଣ, ଗଜପତି ୨୨ ଜଣ, ଗଞ୍ଜାମ ୨୧୮ ଜଣ, ଜଗତସିଂହପୁର ୭ ଜଣ, ଯାଜପୁର ୭ ଜଣ, ଝାରସୁଗୁଡା ୧ ଜଣ, କଳାହାଣ୍ଡି ୭ ଜଣ, କନ୍ଧମାଳ ୧୯ ଜଣ, କେନ୍ଦ୍ରାପଡା ୫ ଜଣ, କେନ୍ଦୁଝର ୧୦ ଜଣ, ଖୋର୍ଦ୍ଧା ୧୦୬ ଜଣ, କୋରାପୁଟ ୭ ଜଣ, ମାଲକାନଗିରି ୧୦ ଜଣ, ମୟୁରଭଞ୍ଜ ୧୫ ଜଣ, ନବରଙ୍ଗପୁର ୩ ଜଣ, ନୟାଗଡ ୧୮ ଜଣ, ପୁରୀ ୩୮ ଜଣ, ରାୟଗଡା ୩୫ ଜଣ, ସମ୍ବଲପୁର ୨୨ ଜଣ, ସୁବର୍ଣ୍ଣପୁର ୬ ଜଣ, ବୌଦ୍ଧରୁ ଜଣେ, ସୁନ୍ଦରଗଡରୁ ୩୯ ଜଣଙ୍କ ମୃତ୍ୟୁ ହୋଇଛି ।
୨୮ ଜିଲ୍ଲାରୁ କରୋନା ମୃତକ ବାହାରିଥିବା ବେଳେ ଏଥିରୁ ବାଦ ୨ ପଡ଼ିଛି ଜିଲ୍ଳା । ସେଗୁଡ଼ିକ ହେଉଛି ଦେବଗଡ଼,ନୂଆପଡ଼ା।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0