spot_img

ଭାରତରେ VI ଲଞ୍ଚ କଲା ୫ଟି ନୁଆ ପ୍ଲାନ: ଜାଣନ୍ତୁ କଣ ରହିଛି ସୁବିଧା?

ନୂଆଦିଲ୍ଲୀ: ଭଡ଼ାଫୋନ ଏବଂ ଆଇଡ଼ିଆ ମିଶି ଏକ ନୂଆ ଭିଆଇ କମ୍ପାନୀ ରୂପରେ ଆସିଛି । କମ୍ପାନୀ ଏବେ ନିଜର ନୂଆ ପ୍ରିପେଡ଼ ପ୍ଲାନ୍ସ ଭାରତୀୟ ବଜାରରେ ଲଞ୍ଚ କରିଛି । ଏହି ପ୍ଲାନର ମୁଲ୍ୟ ୩୫୫ରୁ ଆରମ୍ଭ ହୋଇ ୨୫୯୫ ଟଙ୍କା ପର୍ଯ୍ୟନ୍ତ ରହିଛି । ଏହି ପ୍ଲାନ୍ସରେ ଗ୍ରାହକମାନଙ୍କୁ କଲ, ଡ଼ାଟା ସହିତ ଏକ ଓଟିଟି ଆପ ମଧ୍ୟ ମିଳିବ । ଭିଆଇର ୩୫୫ ପ୍ଲାନରେ ଗ୍ରାହକମାନଙ୍କୁ ୫୦ ଜିବି ଡ଼ାଟା ୨୮ ଦିନ ପର୍ଯ୍ୟନ୍ତ ଉପଲବ୍ଧ ହେବ । ଏହି ପ୍ଲାନରେ ଗ୍ରାହକମାନଙ୍କୁ କଲ କରିବାର ସୁବିଧା ଉପଲବ୍ଧ ହେବନାହିଁ । ଏହାପରେ ୪୦୫ ଟଙ୍କା ପ୍ଲାନରେ ଗ୍ରାହକମାନଙ୍କୁ ୯୦ ଜିବି ଡ଼ାଟା, ଅସିମୀତ କଲ ସହିତ ପ୍ରତିଦିନ ୧୦୦ ଏସଏମଏସ ମିଳିବ । ଏହି ପ୍ଲାନର ସମୟସୀମା ୨୮ ଦିନ ଦିଆଯାଇଛି । ଏହା ସହିତ ପ୍ଲାନରେ ଗ୍ରାହକମାନଙ୍କୁ ଏମପିଏଲରେ ଗେମ୍ସ ଖେଳିବା ପାଇଁ ୧୨୫ ଟଙ୍କାର ର୍ କ୍ୟାସ ବୋନସ ମିଳିବ । ସେହିପରି ଭାବେ ୫୯୫ ଟଙ୍କାର ପ୍ଲାନରେ ଗ୍ରାହକମାନଙ୍କୁ ପ୍ରତିଦିନ ୨ ଜିବି ଡ଼ାଟା, ଅସିମୀତ ଫ୍ରୀ କଲ ସହିତ ପ୍ରତିଦିନ ୧୦୦ ଏସଏମଏସ ମିଳିବ । ଏହି ପ୍ଲାନର ସମୟସୀମା ୫୬ ଦିନ ପାଇଁ ରହିଛି । ଏହାପରେ ୭୯୫ ଟଙ୍କାର ପ୍ଲାନରେ ଗ୍ରାହକମାନଙ୍କୁ ଅସିମୀତ କଲ, ପ୍ରତିଦିନ ୨ ଜିବି ଡ଼ାଟା ସହିତ ୧୦୦ ଏସଏମଏସ ମିଳିବ । ଏହି ପ୍ଲାନର ସମୟସୀମା ୮୪ ଦିନ ରହିଛି । ଯଦି ୨,୫୯୫ ଟଙ୍କାର ପ୍ଲାନ ବିଷୟରେ କହିବା ତାହେଲେ, ଏହି ପ୍ଲାନ ୩୬୫ ଦିନ ପାଇଁ ଅଟେ । ଯେଉଁଥିରେ ଗ୍ରାହକମାନଙ୍କୁ ପ୍ରତିଦିନ ୨ ଜିବି ଡ଼ାଟା ସହିତ, ଫ୍ରୀ କଲ ଓ ପ୍ରତିଦିନ ୧୦୦ ଏସଏମଏସର ସୁବିଧା ମଧ୍ୟ ମିଳିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular