spot_img

କରୋନା ଭୂତାଣୁ ରୋକିବାରେ ଫେସ୍ ସିଲ୍ଡ ଫେଲ

ସାରା ବିଶ୍ୱରେ ଲୋକମାନେ କରୋନାରୁ ବର୍ତ୍ତିବା ପାଇଁ ଫେସ୍ ସିଲ୍ଡର ବ୍ୟବହାର କରୁଛନ୍ତି । କିନ୍ତୁ ଜାପାନର ଏକ ସୁପର କମ୍ପ୍ୟୁଟର କହିଛି କି ଏହା କରୋନା ଭାଇରସରୁ ରକ୍ଷା କରିନଥାଏ । କାହିଁକିନା ଏହା ବାୟୁରେ ଉଡ଼ିବୁଲୁଥିବା ଛୋଟ ଛୋଟ ଜଳକଣାଗୁଡ଼ିକୁ ରୋକିବାରେ ସମର୍ଥ ହୋଇନଥାଏ । ତେଣୁ ଏହା କରୋନା ଭାଇରସକ୍ୁ ରୋକିବାରେ ସଫଳ ନୁହେଁ । ଜାପାନର ସୁପର କମ୍ପ୍ୟୁଟର ‘ଫୁଗାକୁ’ ଜରିଆରେ ପ୍ଲାଷ୍ଟିକ୍ ଫେସ୍ ସିଲ୍ଡ ଉପରେ ରିସର୍ଚ୍ଚ କରାଯାଇଥିଲା । ଏହି ରିସର୍ଚ୍ଚରୁ ଜଣାପଡ଼ିଥିଲା କି ବାୟୁରେ ଘୂରି ବୁଲୁଥିବା ୫ ମାଇକ୍ରୋମିଟରରୁ କମ୍ ଜଳ କଣିକା ପ୍ଲାଷ୍ଟିକ୍ ଫେସ୍ ସିଲଡକୁ ଆଡ଼େଇ ଆପଣଙ୍କ ନିଶ୍ୱାସ ଜରିଆରେ ଶରୀରକୁ ପ୍ରବେଶ କରିବାରେ ସକ୍ଷମ । ଯଦି ଏହି କଣିକାରେ କରୋନା ଭୂତାଣୁ ଥିବେ , ତେବେ ସେଥିରୁ ବର୍ତ୍ତିବା କଷ୍ଟ ।

face shield2

ସୂଚନା ଯୋଗ୍ୟ କି ଏକ ମାଇକ୍ରୋମିଟର ,ଏକ ମିଟରର ୧୦ ଲକ୍ଷ ଭାଗରୁ ଏକ ଭାଗ । କୋରବେ ସ୍ଥିତ ସରକାରୀ ଅନୁସନ୍ଧାନ ସଂସ୍ଥା ରିକେନ ମୁତାବିକ ୫୦ ମାଇକ୍ରୋମିଟର ପରି ବଡ଼ ଜଳକଣା ବାୟୁରେ ନିଜ ରାସ୍ତା ବନେଇବାରେ ସମର୍ଥ । କରୋନା ଭାଇରସ୍ ଏହାଠାରୁ ଛୋଟ ଜଳକଣାରେ ମଧ୍ୟ ପ୍ରବେଶ କରିବାରେ ସମର୍ଥ । ତା’ ପରେ ତାକୁ ଆପଣଙ୍କ ଶରୀରରେ ପହଞ୍ଚିବାକୁ ବିଳମ୍ବ ହେବନି । ରିକେନର ଟିମ୍ ଲିଡର ମାକୋଟୋ ତ୍ସୁବେରକେରାଙ୍କ ଅନୁସାରେ ଏହି ପରୀକ୍ଷା ବିଭିନ୍ନ ଆକାରର ଡ୍ରପଲେଟ୍ ଉପରେ କରାହୋଇଛି । ମାସ୍କ ତୁଳନାରେ ଫେସ୍ ସିଲ୍ଡ କିମ୍ବା ଫେସ୍ ଗାର୍ଡ ପ୍ରଭାବୀ ନୁହେଁ ବୋଲି ଏଥ୍ିରୁ ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular