spot_img

ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ । ପ୍ରଭାବରେ ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ରାଜ୍ୟର ଏହି ଦୁଇଟି ଜିଲ୍ଲାକୁ ଆଜି ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା କାଲି ସକାଳ ୮ଟା ୩୦ ପର୍ଯ୍ୟନ୍ତ ସତର୍କ ରହିବାକୁ ଏହି ୨ଜିଲ୍ଲାବାସୀଙ୍କୁ ସୂଚନା ଦିଆଯାଇଛି । ବାକି ଅଞ୍ଚଳରେ ବର୍ଷା ସମ୍ଭାବନା କମ୍ ରହିଛି । ଲଘୁଚାପ ପ୍ରଭାବରେ ତୁହାକୁ ତୁହା ବର୍ଷା ପରେ ଆଜି ପାଗରେ ସାମାନ୍ୟ ପରିବର୍ତ୍ତନ ଆସିଛି । ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିଲା । ବର୍ଷା ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି । ସେପଟେ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଥିବାରୁ ହୀରାକୁଦର ୫ଟି ଗେଟ୍ ଖୋଲା ଯାଇଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୬୪ ହଜାର ୬୬ କ୍ୱିସେକ ଜଳ ପ୍ରବେସ କରୁଥିବା ବେଳେ ସେକେଣ୍ଡ ପ୍ରତି ୫୧ ହଜାର ୩୬୧ କ୍ୟୁସେକ ଜଳ ନିସ୍କାସିତ ହେଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular